The Topmost

“The eyes believe themselves, the ears believe other people.”

mushrooms can talk to each other

କଥା ହୁଅନ୍ତି ଛତୁ

ପ୍ରଥମ ଥର ପାଇଁ ବୈଜ୍ଞାନିକମାନେ ଛତୁ ଉପରେ ଏକ ଆଶ୍ଚର୍ଯ୍ୟ କରିଦେବା ପରି ତଥ୍ୟ ପ୍ରକାଶ କରିଛନ୍ତି । ବୈଜ୍ଞାନିକମାନେ ଦାବି କରିଛନ୍ତି ଯେ ଛତୁ ପରସ୍ପର ମଧ୍ୟରେ କଥାବାର୍ତ୍ତା କରନ୍ତି । ଛତୁକୁ ଫଙ୍ଗସ୍‌ ତଥା କବକ ମଧ୍ୟ କୁହାଯାଏ । ସୂଚନା ଅନୁଯାୟୀ, ଇଂଲଣ୍ଡ ବିଶ୍ୱବିଦ୍ୟାଳୟର ପ୍ରଫେସର ଆଣ୍ଡ୍ରିୟୁ ଅଡାମାଟଜେକି ଏହି ଅନୁସନ୍ଧାନ କରିଛନ୍ତି । ଛତୁଗୁଡ଼ିକ ମଣିଷଙ୍କ ପରି ପରସ୍ପର ସହିତ ସେମାନଙ୍କର ମନର କଥା ହୁଅନ୍ତି । ରିସର୍ଚ୍ଚରୁ ଜଣାପଡ଼ିଛି ଯେ କବକର ନିଜସ୍ୱ ଅଭିଧାନ ମଧ୍ୟ ଅଛି, ଯେଉଁଥିରେ ୫୦ଟି ଶବ୍ଦ ରହିଛି । କୁହାଯାଇଛି ଯେ ଛତୁର ପ୍ରତ୍ୟେକ ଶବ୍ଦର ଦୈର୍ଘ୍ୟ ପ୍ରାୟ ୬ ଅକ୍ଷର ବିଶିଷ୍ଟ ହୋଇଥାଏ । ଏହି ଅନୁସନ୍ଧାନରେ, ଆଣ୍ଡ୍ରିୟୁ ଦାବି କରିଛନ୍ତି ଯେ ଛତୁର ଉଭୟ ମସ୍ତିଷ୍କ ଏବଂ ଚେତନା ରହିଛି । ଛତୁରେ ମନୁଷ୍ୟ ଭାଷା ପରି ଇଲେକଫ୍ରିକାଲ ଇମ୍ପଲସେସ୍‌ (ବିଦୁ୍ୟତ ତରଙ୍ଗ)ରହିଛି । ଏହାକୁ ବୈଦ୍ୟୁତିକ କାର୍ଯ୍ୟକଳାପ କୁହାଯାଏ । ଏହି ଇଲେକଫ୍ରିକାଲ ଇମ୍ପଲସେସ୍‌ ତଥା ବିଦୁ୍ୟତ ତରଙ୍ଗ ମାଧ୍ୟମରେ ମନୁଷ୍ୟଙ୍କ ପରି ଛତୁଗୁଡ଼ିକ ମଧ୍ୟ ବେଳେବେଳେ ସୁଖଦୁଃଖ ବାଣ୍ଟିଥାନ୍ତି । ଅଧ୍ୟୟନରେ ଏହା ମଧ୍ୟ କୁହାଯାଇଛି ଯେ ଆଗାମୀ ପାଣିପାଗ ଏବଂ ବିପଦ ବିଷୟରେ ଛତୁ ପରସ୍ପରକୁ କୁହନ୍ତି । ରୟାଲ ସୋସାଇଟି ଓପନ୍‌ ସାଇନ୍ସରେ ପ୍ରକାଶିତ ଏହି ଅନୁସନ୍ଧାନରେ ପ୍ରଫେସର ଆଣ୍ଡ୍ରିୟୁ କହିଛନ୍ତି ଯେ ଛତୁର ସ୍ପିକ୍‌ ପ୍ୟାଟର୍ନ ଏବଂ ମଣିଷର ଭାଷା ମଧ୍ୟରେ ସମ୍ପର୍କ ଅଛି କି ନାହିଁ, ତାହା ଉପରେ ଅଧିକ ଅନୁସନ୍ଧାନ ଜାରି ରହିଛି ।

mushrooms can talk to each other
mushrooms can talk to each other @thetopmost-01

https://thetopmost.in/?p=1225

https://thetopmost.in/?p=1221

https://thetopmost.in/?p=1217

https://thetopmost.in/?p=1212

https://thetopmost.in/?p=1206

mushrooms can talk to each other
mushrooms can talk to each other @thetopmost-01

ଛତୁର ପ୍ରତ୍ୟେକ ଶବ୍ଦରେ ୬ଟି ଅକ୍ଷର ଅଛି । ଚାରୋଟି ପ୍ରଜାତିର ଛତୁ ଯଥା ଏନୋକି, ସ୍ପିଲଫ ଗିଲ୍‌, ଘୋଷ୍ଟ ଏବଂ କ୍ୟାଟରପିଲର ଉପରେ ଏହି ଅନୁସନ୍ଧାନ କରାଯାଇଛି । ତେବେ ଆଣ୍ଡ୍ରିୟୁଙ୍କ ଏହି ରିସର୍ଚ୍ଚ ଉପରେ ଅନ୍ୟ ବୈଜ୍ଞାନିକମାନେ ଆପତ୍ତି ଉଠାଇଛନ୍ତି ଏବଂ ଅଧିକ ରିସର୍ଚ୍ଚ ପାଇଁ ଦାବି କରିଛନ୍ତି ।