The Topmost

“The eyes believe themselves, the ears believe other people.”

ଐଶ୍ୱର୍ଯ୍ୟାଙ୍କ ଦୀର୍ଘ ୨୦ ବର୍ଷର କାନ୍ସ୍‌ ଯାତ୍ରା

ମିସ୍‌ ୱାର୍ଲï ଐଶ୍ୱର୍ଯ୍ୟା ରାୟ କାନ୍ସ ଫିଲ୍ମ ଫେଷ୍ଟିଭାଲରେ ୨୦ ବର୍ଷ ପୂରଣ କରିଛନ୍ତି । ଐଶ୍ୱର୍ଯ୍ୟା ପ୍ରଥମେ ୨୦୦୨ ରେ କାନ୍ସ ଫିଲ୍ମ ଫେଷ୍ଟିଭାଲର ରେଡ କାର୍ପେଟରେ ଚାଲିଥିଲେ । ସେଥିରେ ପ୍ରଥମ ଥର ପାଇଁ ଅଭିନେତ୍ରୀ ଫିଲ୍ମର ପ୍ରମୋସନ ପାଇଁ ସହ-ଷ୍ଟାର ଶାହାରୁଖ ଖାନ ଏବଂ ନିର୍ଦ୍ଦେଶକ ସଞ୍ଜୟ ଲୀଲା ଭନସାଲୀଙ୍କ ସହିତ ଚାଲିଥିଲେ । ଐଶ୍ୱର୍ଯ୍ୟା ହେଉଛନ୍ତି ପ୍ରଥମ ଭାରତୀୟ ଅଭିନେତ୍ରୀ ଯିଏକି ଜୁରି ସଦସ୍ୟ ହେବାର ସୌଭାଗ୍ୟ ପାଇଛନ୍ତି । କରୋନା କାରଣରୁ କାନ୍ସ ଫିଲ୍ମ ଫେଷ୍ଟିଭାଲ ବାତିଲ ହେବା ବ୍ୟତୀତ ଐଶ୍ୱର୍ଯ୍ୟା ରାୟ ଗତ ୨୦ ବର୍ଷ ଧରି ନିଜର ସର୍ବୋତ୍ତମ ଲୁକ୍‌ ସହିତ କାନ୍ସ ରେଡ କାର୍ପେଟର ଶୋଭା ବଢାଇଛନ୍ତି । ପ୍ରଥମ ଥର ପାଇଁ, ଅଭିନେତ୍ରୀ ହଳଦିଆ ରଙ୍ଗର ସାରି ଏବଂ ଭାରୀ ସୁନା ଅଳଙ୍କାର ସହିତ ଲୋକଙ୍କ ହୃଦୟ ଜିତିଥିଲେ, ତେବେ ସେବେଠାରୁ ସେ ପ୍ରତ୍ୟେକ ବର୍ଷ ନିଜର ଜଲବା ଦେଖାଇ ଆସିଛନ୍ତି । ତେବେ ଆସନ୍ତୁ ନଜର ପକାଇବା ତାଙ୍କ ୨୦ ବର୍ଷର ଯାତ୍ରା ଉପରେ ।

୨୦୦୨ କାନ୍ସ ଫେଷ୍ଟିଭାଲରେ ଐଶ୍ୱର୍ଯ୍ୟା ରାୟ ହଳଦିଆ ରଙ୍ଗର ସାଢୀ ସହିତ ସୁନା ଅଳଙ୍କାର ପିନ୍ଧିଥିଲେ । ୨୦୦୩ ମସିହାରେ, ଐଶ୍ୱର୍ଯ୍ୟା ନୀତା ଲୁଲାଙ୍କ ଦ୍ୱାରା ଏକ ଡିଜାଇନର୍‌ ସାଢୀ ୨୦୦୪ କାନ୍ସ ଫେଷ୍ଟିଭାଲରେ ପ୍ରଥମ ଥର ପାଇଁ ଏକ ପାଶ୍ଚାତ୍ୟ ପୋଷାକରେ ନଜର ଆସିଥିଲେ । ୨୦୦୫ ରେ ଗୁଚିର କଳା ବଡିଫିଟ୍‌ ପୋଷାକରେ ପହଞ୍ଚିଥିଲେ । ସେହି ବର୍ଷ ଅଭିନେତ୍ରୀ ଜର୍ଜିଆ ଅରମାନି ଗାଉନ୍‌ ମଧ୍ୟ ପିନ୍ଧିଥିଲେ । ୨୦୦୬ ରେ ଅଭିନେତ୍ରୀ ରବର୍ଟ କାଭାଲୀଙ୍କ ଦ୍ୱାରା ଏକ କଳା ଗାଉନ୍‌ ପିନ୍ଧିଥିଲେ । ୨୦୦୭ ମସିହାରେ ଐଶ୍ୱର୍ଯ୍ୟା ପ୍ରଥମେ ସ୍ୱାମୀ ଅଭିଷେକ ବଚ୍ଚନଙ୍କ ସହ ରେଡ କାର୍ପେଟରେ ପହଞ୍ଚିଥିଲେ । ଅଭିନେତ୍ରୀ ଏକ ଧଳା ରଙ୍ଗର ଷ୍ଟ୍ରାପଲେସ୍‌ ଜିଗୋରୋ ଅରମାନି ଗାଉନ୍‌ ପନ୍ଧିିଥିବାବେଳେ ଅଭିଷେକ ଏକ କଳା ସୁଟରେ ଥିଲେ । ୨୦୦୮ ରେ ଦ୍ୱିତୀୟ ଥର ପାଇଁ ଅଭିଷେକ ବଚ୍ଚନଙ୍କ ସହ ଐଶ୍‌ ଏକ ସୁବର୍ଣ୍ଣ ଅରମାନୀ ପୋଷାକ ପିନ୍ଦିଥିଲେ ।

ଏହିପରି ଭାବରେ ୨୦୦୯ ୨୦୧୨ ପର୍ଯ୍ୟନ୍ତ ନିଜ ରୂପରେ ସମସ୍ତଙ୍କୁ ମୁU କରିଥିଲେ । ୨୦୧୨ରେ ଆରାଧ୍ୟାଙ୍କ ଜନ୍ମ ପରେ ସେ ଏଲି ସାଉଙ୍କ କଳା ରଙ୍ଗର ଗାଉନ୍‌ ପିନ୍ଧି କାନ୍ସ ଫିଲ୍ମ ଫେଷ୍ଟିଭାଲର ଏକ ଅଂଶ ହୋଇଥିଲେ । ଏହିପରି କ୍ରମରେ ୨୦୧୯ ରେ ଐଶ୍ୱର୍ଯ୍ୟା ରାୟ ଆରାଧ୍ୟାଙ୍କ ସହ ପ୍ରଥମ ଥର ପାଇଁ କାନ୍ସ ଫିଲ୍ମ ଫେଷ୍ଟିଭାଲରେ ପହଞ୍ଚିଥିଲେ । ଏହି ସମୟରେ ଅଭିନେତ୍ରୀ ଜାନ୍‌ ଲୁଇସ୍‌ ସବଜୀ ଗାଉନ୍‌ ପିନ୍ଧିଥିଲେ । ୨୦୨୨ ଅର୍ଥାତ ଚଳିତ ବର୍ଷ ଅଭିନେତ୍ରୀ ଫୁଲରେ ଡିଜାଇନ୍‌ ହୋଇଥିବା ଡଲଚି ଗାବାନାଙ୍କ ଦ୍ୱାରା ଡିସାଇନ୍‌ ହୋଇଥିବା ଏକ କଳା ପ୍ରିନ୍ସେସ୍‌ ଗାଉନ୍‌ ରେ ନଜର ଆସିଛନ୍ତି ।

https://twitter.com/republic_glitz/status/1528319759950835712

https://thetopmost.in/?p=1674

https://thetopmost.in/?p=1770

https://thetopmost.in/?p=1284

SHARE BY