The Topmost

“The eyes believe themselves, the ears believe other people.”

ଅବିବାହିତ ହୋଇ ପୁତ୍ର ସନ୍ତାନକୁ ଜନ୍ମ ଦେଲେ ରିହାନା

ଓଲିଉଡର ପପ୍‌ ଗାୟକ ରିହାନା ଏବଂ ରାପର୍‌ ରକି ହେଲେ ପିତାମାତା । ରିହାନା ଏକ ପୁତ୍ର ସନ୍ତାନ ଜନ୍ମ ଦେଇଛନ୍ତି । ଟିଏମଜେରେ ପ୍ରକାଶିତ ଖବର ଅନୁଯାୟୀ, ରିହାନାର ଶିଶୁ ମେ ୧୩ ରେ ଲସ ଏଞ୍ଜେଲସର ଏକ ଡାକ୍ତରଖାନାରେ ଜନ୍ମଗ୍ରହଣ କରିଛି । ତେବେ ପ୍ରେମ ସମ୍ପର୍କରେ ଥାଇ ପ୍ୟାରେଣ୍ଟ ବନିବା ପରେ ବର୍ତ୍ତମାନ ପ୍ରଶଂସକମାନେ ଆଶା କରୁଛନ୍ତି ଯେ ଦୁହେଁ ଶୀଘ୍ର ବିବାହ କରିବେ । ରକି ଏବଂ ରିହାନା ଦୀର୍ଘ ସମୟ ଧରି ପରସ୍ପରକୁ ଡେଟ୍‌ କରୁଥିଲେ । ଉଭୟ ୨୦୨୧ ରେ ସେମାନଙ୍କର ସମ୍ପର୍କକୁ ଅଫିସିଆଲ୍‌ କରିଥିଲେ । ତେବେ ରିହାନା ବର୍ତ୍ତମାନ ସଂପୂର୍ଣ୍ଣ ଭଲ ଏବଂ ଉଭୟ ପିତାମାତା ହେବା ପାଇଁ ବହୁତ ଉତ୍ସାହିତ ଅଛନ୍ତି ।

ତେବେ ଶିଶୁ ଖବର ଉପରେ ରିହାନା ଏବଂ ରକି ଏପର୍ଯ୍ୟନ୍ତ ନିଶ୍ଚିତ କରିନାହାଁନ୍ତି । ଦମ୍ପତିଙ୍କ ଗର୍ଭବତୀ ହେବାର କିଛି ମାସ ପୂର୍ବରୁ ପ୍ରେମିକ ରକି ରିହାନାଙ୍କୁ ଠକିଥିବା ଅଭିଯୋଗ ହୋଇଥିଲା । ଖବର ଅନୁଯାୟୀ, ରକି ତାଙ୍କ ଗର୍ଲଫ୍ରେଣ୍ଡ ରିହାନାଙ୍କ ବ୍ରାଣ୍ଡର ଡିଜାଇନର୍‌ ଅମିନା ମୁଆଡିଙ୍କୁ ଡେଟ କରୁଥିଲେ । ତେବେ ରିହାନା ଏସବୁ ଜାଣିବା ପରେ ଏହା ଏକ ମିଥ୍ୟା ବୋଲି ଘୋଷଣା କରିଥିଲେ । ତେବେ ତାପରେ ଯାଇ ସେମାନେ ଉଭୟ ପ୍ୟାରଣ୍ଟ ହେବାନେଇ ଘୋଷଣା କରିଥିଲେ । ଓ ସାଙ୍ଗରେ ରହୁଥିଲେ ।

hohttps://thetopmost.in/?p=1687

https://thetopmost.in/?p=1764

https://thetopmost.in/?tag=avtar