ମଶା ହିଁ ମଶାର ପ୍ରଭାବକୁ ହ ୍ରାସ କରିବ । ଅର୍ଥାତ ଡେଙ୍ଗୁ, ହଳଦିଆ ଜ୍ୱର ଏବଂ ଜିକା ଭଳି ରୋଗକୁ ଦୂର କରିବା ପାଇଁ କାର୍ଯ୍ୟ କରିବ ମଶା । ଆଗାମୀ ୨ ବର୍ଷ ମଧ୍ୟରେ ଆମେରିକାର କାଲିଫର୍ଣ୍ଣିଆ ଏବଂ ଫ୍ଲୋରିଡାରେ କୋଟି କୋଟି ସ୍ୱତନ୍ତ୍ର ମଶାକୁ ଛଡ଼ା ଯିବ, ଯାହା ରୋଗ ବିସ୍ତାର କରୁଥିବା ଅନ୍ୟ ମଶାକୁ ନଷ୍ଟ କରିବ । ଏହି ଆବିଷ୍କାର ଅକ୍ସଫୋର୍ଡ ବ୍ରିଟେନର ଏକ ମଶା ପେଷ୍ଟ୍ କଣ୍ଟ୍ରୋଲ ଡେଭଲପମେଣ୍ଟ୍ ଫାର୍ମ ଅକ୍ସିଟେକ୍ କରିଛି ।
http://thetopmost.in/wp-admin/post.php?post=512&action=edit
ଏହି ଫାର୍ମର କହିବା ଅନୁଯାୟୀ ମଣିଷଙ୍କଠାରେ ରୋଗ ବିସ୍ତାର କରୁଥିବା ମାଇ ମଶାକୁ ଲ୍ୟାବରେ ପ୍ରସ୍ତୁତ ଜେନେଟିକାଲ୍ ମୋଡିଫାଇଡ୍ ଅଣ୍ଡିରା ମଶାକୁ ମାରିବାରେ ସାହାଯ୍ୟ କରିବ । ରିପୋର୍ଟ ଅନୁଯାୟୀ, ଲ୍ୟାବରେ ଏକ ବିଶେଷ ପ୍ରକାରର ଅଣ୍ଡିରା ମଶାକୁ ପ୍ରସ୍ତୁତ କରାଯାଇଛି । ଅଣ୍ଡିରା ମଶା ମନୁଷ୍ୟ ଶରୀରରେ ରୋଗ ବିସ୍ତାର ନକରୁଥିବାରୁ ଲ୍ୟାବରେ ଏହିପରି ଅଣ୍ଡିରା ମଶାର ଜିନ୍ରେ ପରିବର୍ତ୍ତନ କରାଯାଇଛି । ଯେତେବେଳେ ଏହି ମଶାକୁ ବାୟୁରେ ଛାଡି ଦିଆଯିବ, ସେତେବେଳେ ସେମାନେ ମାଇ ମଶା ସହ ମିଶି ଜିନ୍ରେ ପରିବର୍ତ୍ତନ ଘଟାଇବେ ।
http://thetopmost.in/wp-admin/post.php?post=616&action=edit
ତାପରେ ଏହି ମାଇ ମଶା ବୟସ୍କ ହେବା ପୂର୍ବରୁ ହିଁ ମରିଯିବେ । ଏହିପରି ରୋଗ ବିସ୍ତାର କରୁଥିବା ମାଇ ମଶାଙ୍କ ସଂଖ୍ୟା ଧୀରେଧୀରେ ହ ୍ରାସ ପାଇବ । ଏହି ନୂତନ ଜେନେଟିକ୍ ରୂପାନ୍ତରିତ ମଶାର ନାମ ‘ଅକ୍ସିଟେକ୍ ମଶା’ ରଖାଯାଇଛି । ଗତ ବର୍ଷ ମଶାର ପରୀକ୍ଷଣ କରାଯାଇଛି । ମଶା ପରୀକ୍ଷଣ ସମୟରେ ଫ୍ଲୋରିଡାରେ ଲକ୍ଷ ଲକ୍ଷ ମଶାକୁ ଛଡ଼ାଯିବା ପରେ ଏହାର ଫଳାଫଳ ପ୍ରଭାବଶାଳୀ ବୋଲି ପ୍ରମାଣିତ ହୋଇଥିଲା ।
http://thetopmost.in/wp-admin/post.php?post=528&action=edit
ତେବେ ଏହି ଯୋଜନା ଇପିଏରୁ ଅନୁମୋଦନ ଲାଭ କରିଛି । ବର୍ତ୍ତମାନ ୨୦୨୨ରୁ ୨୦୨୪ ମଧ୍ୟରେ ୨୪୦ କୋଟି ଏଭଳି ମଶାକୁ ଖୋଲା ବାୟୁରେ ଛଡ଼ାଯିବ । ଏଥିମଧ୍ୟରୁ ଫ୍ଲୋରିଡାରେ ୨୦୦ କୋଟି ଏବଂ କାଲିଫର୍ଣ୍ଣିଆରେ ୪୦ କୋଟି ମଶା ଛଡ଼ାଯିବର ଯୋଜନା କରାଯାଇଛି । ତେବେ ଲ୍ୟାବରେ ପ୍ରସ୍ତୁତ ଏହି ମଶା ମନୁଷ୍ୟକୁ କୌଣସି କ୍ଷତି ପହଞ୍ଚାଇବ ନାହିଁ ବୋଲି ବୈଜ୍ଞାନିକମାନେ କହିଛନ୍ତି ।
2 thoughts on “ଅଦ୍ଭୁତ ବିଦେଶୀ ମଶା, ମଶା ମାରିବ ମଶା ପ୍ରଜାତିକୁ”