ପ୍ରଧାନମନ୍ତ୍ରୀ ଆବାସ ଯୋଜନା ହିତାଧିକାରୀଙ୍କ ତାଲିକା ପ୍ରକାଶ । ୯. ୫୯ ଲକ୍ଷ ହିତାଧିକାରୀ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଲାଭ ପାଇବା ନେଇ ଚିହ୍ନଟ ହୋଇଛନ୍ତି । ଏଥିରୁ ୩୦ ଜିଲ୍ଲାରୁ ରହିଛନ୍ତି ୮ଲକ୍ଷ ୧୭ ହଜାର ହିତାଧିକାରୀ । ବାକି ୧ଲକ୍ଷ ୪୨ହଜାର ହିତାଧିକାରୀ ୧୪ଜିଲ୍ଲାର ଫନୀ କ୍ଷତିଗ୍ରସ୍ତ । ସେମାନଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସ୍ବତନ୍ତ୍ର ଭାବେ ସାମିଲ କରାଯାଇଛି । ଚଳିତ ଥର ୧୨ଲକ୍ଷ ୨୫ ହଜାର ହିତାଧିକାରୀଙ୍କୁ ଆବାସ ଘର ଯୋଗାଇବାକୁ ଟାର୍ଗେଟ ରଖିଛନ୍ତି ରାଜ୍ୟ ସରକାର । ହିତାଧିକାରୀଙ୍କ ତାଲିକା ଗାଁ ସ୍କୁଲ, ଅଙ୍ଗନଓ୍ବାଡି କେନ୍ଦ୍ର ସମେତ ଅନ୍ୟ ପ୍ରମୁଖ ସ୍ଥାନରେ ପ୍ରଦର୍ଶିତ କରାଯାଇଛି । ଏହାକୁ ନେଇ ଆପତ୍ତି ଉଠାଇବାର ବି ବ୍ୟବସ୍ଥା କରାଯାଇଛି ।
More Stories
ଗୁଣାତ୍ମକ ଶିକ୍ଷା, ଗବେଷଣା ଓ ଉତମ ସ୍ୱାସ୍ଥ୍ୟ ସେବାର ଉତ୍କର୍ଷ କେନ୍ଦ୍ର, SOA
ପୁଣି କ୍ୟାମ୍ପସରେ ହଇଚଇ, 25ରୁ ଆରମ୍ଭ ଛାତ୍ର ସଂସଦ ନିର୍ବାଚନ
ଏହି ନିବେଶ କରିବାରେ ସର୍ବପ୍ରଥମ ଓଡିଶା