ଜନତାଙ୍କୁ କନ୍ଦାଇଲାଣି ଗ୍ୟାସ ଦରବୃଦ୍ଧି । ସାଧାରଣ ଜନତା ଦରଦାମ୍ ବୃଦ୍ଧିରେ ଅତିଷ୍ଠ ହେଉଥିବା ବେଳେ ଏହାକୁ ନେଇ କେନ୍ଦ୍ରକୁ ଟାର୍ଗେଟ୍ କରିଛି ବିଜେଡି । ପୁଣି ଗ୍ୟାସ ଦର ୫୦ଟଙ୍କା ବଢାଇଛନ୍ତି କେନ୍ଦ୍ର ସରକାର, ସାଧାରଣ ଲୋକଙ୍କୁ ଏହା ବାଧୁଛି । ହେଲେ ଏନେଇ ମୁହଁ ଖୋଲୁନାହାନ୍ତି ରାଜ୍ୟ ବିଜେପି ନେତା । ୨୦୧୪ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ସରକାର ଆସିବା ପରେ ଉଜ୍ଜ୍ବଳା ଯୋଜନାରେ ଘରେ ଘରେ ସହଜ ଓ ସୁଲଭ ମୂଲ୍ୟରେ LPG ସିଲିଣ୍ଡର ଦିଆଯିବ ବୋଲି କହିଥିଲେ। ହେଲେ ୨୦୧୪ରେ ଗ୍ୟାସ ସିଲିଣ୍ଡର ଦର ୪୧୦ ଥିବା ବେଳେ ଏବେ ୧୧ଶହ ଟପିଲାଣି। ମାତ୍ର ୮, ୯ ବର୍ଷ ଭିତରେ ଗ୍ୟାସ ଦର ତିନି ଗୁଣା ବଢିଛି । କରୋନା ସମୟରେ ଗରିବଙ୍କ ପାଇଁ ଅତିରିକ୍ତ ୫କିଲୋ ଚାଉଳ ବ୍ୟବସ୍ଥା କରାଯାଇଥିଲା। ହେଲେ ଜାନୁଆରି ୧ରୁ ତାକୁ କାଟି ଦେଇଛନ୍ତି କେନ୍ଦ୍ର ସରକାର । ଚାଉଳ କାଟିଲେ, ରାନ୍ଧିବା ପାଇଁ ଆବଶ୍ୟକ ଗ୍ୟାସ ସିଲିଣ୍ଡର ଦର ବି ବଢ଼ାଇ ଦେଲେ ।
More Stories
ନିର୍ଧୁମ ଛେଚିବ ବର୍ଷା, ଲଘୁଚାପ ପାଇଁ ରେଡ୍ ଆଲର୍ଟ ଜାରି
ମାଗଣାରେ ଅପଡେଟ୍ କରିପାରିବେ ଆଧାର କାର୍ଡ୍
ଅତ୍ୟଧିକ କଖାରୁ ଡାଲମା ଖାଉଛନ୍ତି କି