୭୮ ବର୍ଷ ବୟସରେ ପଦାର୍ପଣ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେବାର ସାଧକଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛା । ଜନସେବାର ୨୬ ବର୍ଷ ଅତିକ୍ରମ କରିଥିବା ନବୀନ, ନିଜ ଦଳ ସହ ବିରୋଧୀଙ୍କୁ ବି ସାଥିରେ ନେଇ ଚାଲିବାରେ ସକ୍ଷମ ହୋଇଛନ୍ତି । ଯାହା ରାଜ୍ୟ ବିକାଶରେ ଏକ ସ୍ବତନ୍ତ୍ର ଫର୍ଦ୍ଦ ଯୋଡିଛି । ନବୀନଙ୍କ ଜନ୍ମଦିନରେ ବିଜୁ ଜନତା ଦଳ ପକ୍ଷରୁ ଅନେକ ଜନସେବା କାର୍ଯ୍ୟକ୍ରମ କରାଯାଉଛି । ଅକ୍ଟୋବର ୧୬, ଦେଶର ଶ୍ରେଷ୍ଠ ପ୍ରଶାସକ ତଥା ଏକ ନମ୍ବର ମୁଖ୍ୟମନ୍ତ୍ରୀ ଭାବେ ଆଖ୍ୟା ପାଇଥିବା ନବୀନ ପଟ୍ଟନାୟକଙ୍କ 78ତମ ଜନ୍ମଦିନ । ନିଜ ସରଳ ଜୀବନଶୈଳୀ ପାଇଁ ସମସ୍ତଙ୍କ ପ୍ରିୟ ମୁଖ୍ୟମନ୍ତ୍ରୀଙ୍କୁ ସାରା ଦେଶରୁ ଶୁଭେଚ୍ଛା । ଗତ କିଛି ବର୍ଷ ହେବ ପ୍ରାକୃତିକ ବିପର୍ଯୟ ସହ ଅନେକ କାରଣରୁ ନିଜ ଜନ୍ମଦିନ ପାଳନ କରୁ ନାହାନ୍ତି ନବୀନ । ହେଲେ ତାଙ୍କ ଶୁଭେଛୁ ଓ ରାଜ୍ୟବାସୀ ଆଜିର ଦିନକୁ ସେବାର ଦିନ ଭାବେ ପାଳନ କରି ଆସୁଛନ୍ତି । ଜନସେବାରେ ୨୬ ବର୍ଷ ଅତିକ୍ରମ କରି ବିକାଶ ପଥରେ ଓଡ଼ିଶାକୁ ଆଗେଇ ନେଇ ଚାଲିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
“The eyes believe themselves, the ears believe other people.”
More Stories
ମାଛଧରା ବୋଟରେ ହେଉଥିଲା କୋଟିଏ ଟଙ୍କାର ଗୁଆ ଚୋରା ଚାଲାଣ
ଶିଶୁଭବନର ନୂଆ କୋଠା ଲୋକାର୍ପିତ, ବେଡ୍ ସଂଖ୍ୟା 846କୁ ବୃଦ୍ଧି
ରାଜ୍ୟରେ ପୁଣି ଲଜ୍ଜା, ଗଣ ଦୁଷ୍କର୍ମ ସହ ହତ୍ୟା ଆରୋପ