The Topmost

“The eyes believe themselves, the ears believe other people.”

୭୫ ତମ ସାଧାରଣତନ୍ତ୍ର ଦିବସ

ଆଜି ଦେଶ ପାଳୁଛି ୭୫ ତମ ସାଧାରଣତନ୍ତ୍ର ଦିବସ । ଦିଲ୍ଲୀଠୁ ପଲ୍ଲୀ ସବୁଠି ଉତ୍ସବର ମହୋଲ । ନୂଆ ଦିଲ୍ଲୀର କର୍ତ୍ତବ୍ୟ ପଥ ଓ ଭୁବନେଶ୍ୱରରେ ଗାନ୍ଧୀମାର୍ଗରେ ଲାଗିଛି ପ୍ରବଳ ଗହଳି । ସେପଟେ ‘ରୂପାନ୍ତରଣ ପଥେ ଓଡ଼ିଶା’ ଥିମକୁ ନେଇ ଆୟୋଜନ ହୋଇଛି ମେଢ । ରାଜ୍ୟ ସରକାରଙ୍କ ୧୨ ଟି ବିଭାଗ ଏବଂ ଗୋଟିଏ ନିଗମ ପକ୍ଷରୁ ମୋଟ ୧୩ ଟି ମେଢ ଗଡିବା ନେଇ ସ୍ଥିର ହୋଇଛି । ସେପଟେ ଏଥର ଦିଲ୍ଲୀରେ ବି ଦେଖିବାକୁ ମିଳିବ ଓଡ଼ିଶାର ମେଢ ।