ମଞ୍ଚେଶ୍ବର ଥାନା ପଦ୍ମକେଶରୀପୁର ଗୋଷ୍ଠୀ ସଂଘର୍ଷ ମାମଲାରେ ୭୦ ଜଣ ମହିଳାଙ୍କୁ ଉଠାଇନେଇଛି କମିଶନରେଟ ପୋଲିସ । ପୂର୍ବରୁ ୭୭ ଜଣ ପୁରୁଷଙ୍କୁ ଗିରଫ କରାଯାଇଥିଲା । ମହିଳାଙ୍କୁ ଅଟକ ରଖି ପୋଲିସ ପଚରାଉଚରା କରୁଛି । ପୂର୍ବ ଶତ୍ରୁତାରୁ ଗତ ୨୬ ତାରିଖ ରାତିରେ ଘଟିଥିଲା ଗୋଷ୍ଠୀ ସଂଘର୍ଷ । ପଦ୍ମକେଶରୀପୁରରେ ଦୁଇ ଗୋଷ୍ଠୀ ମଧ୍ୟରେ ମାରପିଟ୍ ହୋଇଥିଲା । ରାତି ୨ଟାରୁ ସକାଳ ୬ ଟା ପର୍ଯ୍ୟନ୍ତ ୪ ଘଣ୍ଟା ଚାଲିଲା ସଂଘର୍ଷ । ଆକ୍ରମଣ ଓ ପ୍ରତିଆକ୍ରମଣରେ ୨୦ରୁ ଅଧିକ ଆହତ ହୋଇଥିଲେ । ଉତ୍ତେଜନାକୁ ଦୃଷ୍ଟିରେ ରଖି ଅଞ୍ଚଳରେ ୧୪୪ ଧାରା ଜାରି କରାଯାଇଥିଲା । ଅପ୍ରୀତିକର ପରିସ୍ଥିତିକୁ ଏଡାଇବା ପାଇଁ ୩ ପ୍ଲାଟୁନ ଫୋର୍ସ ମୁତୟନ ହୋଇଥିଲେ । ପଞ୍ଚାୟତ ନିର୍ବାଚନ ଓ କମେଣ୍ଟମରାକୁ କେନ୍ଦ୍ର କରି ଗତ ସେପ୍ଟେମ୍ବର ୧ରେ ଗାଁରେ ପ୍ରଥମେ ଖଣ୍ଡଯୁଦ୍ଧ ହୋଇଥିଲା । ନିୟନ୍ତ୍ରଣ ବେଳେ ପୋଲିସକୁ ମଧ୍ୟ ମାଡ଼ ମାରି ଲହୁଲୁହାଣ କରିଥିଲେ ଲୋକ । ଗିରଫଦାରୀ ଭୟରେ ପୁରା ଗାଁ ପୁରୁଷ ଶୂନ୍ୟ ହୋଇଯାଇଥିଲା ।
More Stories
ଗୁଣାତ୍ମକ ଶିକ୍ଷା, ଗବେଷଣା ଓ ଉତମ ସ୍ୱାସ୍ଥ୍ୟ ସେବାର ଉତ୍କର୍ଷ କେନ୍ଦ୍ର, SOA
ପୁଣି କ୍ୟାମ୍ପସରେ ହଇଚଇ, 25ରୁ ଆରମ୍ଭ ଛାତ୍ର ସଂସଦ ନିର୍ବାଚନ
ଏହି ନିବେଶ କରିବାରେ ସର୍ବପ୍ରଥମ ଓଡିଶା