The Topmost

“The eyes believe themselves, the ears believe other people.”

୬ ତାରିଖରେ ଏମସିଡି ନିର୍ବାଚନ

ଦିଲ୍ଲୀ ଏମସିଡି ମେୟର ନିର୍ବାଚନ ନେଇ ତାରିଖ ଘୋଷଣା । ୬ ଫେବୃଆରୀରେ ଏମସିଡିର ମେୟର, ଡେପୁଟି ମେୟର ଏବଂ ୬ ଷ୍ଟାଣ୍ଡିଂ କମିଟିର ସଦସ୍ୟଙ୍କ ନିର୍ବାଚନ ହେବ । ଦିଲ୍ଲୀର ଏଲଜି ବିନୟ ସକ୍ସେନା ମେୟର ନିର୍ବାଚନର ନୂଆ ତାରିଖକୁ ମଞ୍ଜୁରୀ ଦେଇଛନ୍ତି । ଏହା ପୂର୍ବରୁ ଦିଲ୍ଲୀର ଅରବିନ୍ଦ କେଜରିୱାଲ ସରକାର ଏଲଜି ବିନୟ ସକ୍ସେନାଙ୍କୁ ମେୟର ନିର୍ବାଚନର ନୂଆ ତାରିଖ ପ୍ରସ୍ତାବ ପଠାଇଥିଲେ । ଦିଲ୍ଲୀ ସରକାର ୩,୪ ବା ୬ ଫେବୃଆରୀରେ ମେୟର ନିର୍ବାଚନ କରାଇବା ପାଇଁ ପ୍ରସ୍ତାବ ଦେଇଥିଲେ । ଅବଶ୍ୟ, ଏମସିଡି ଦିଲ୍ଲୀ ସରକାରଙ୍କୁ ୧୦ ଫେବୃଆରୀରେ ନିର୍ବାଚନ କରାଇବା ନେଇ ପ୍ରସ୍ତାବ ଦେଇଥିଲା । ଏହାପରେ ଏବେ ଏଲଜି ଏମସିଡି ନିର୍ବାଚନ ତାରିଖ ୬ ଫେବୃଆରୀକୁ ନିର୍ଦ୍ଧାରିତ କରିଛନ୍ତି ।