ପଞ୍ଚମ ଥର ପାଇଁ ବାଂଲାଦେଶର ପ୍ରଧାନମନ୍ତ୍ରୀ ଭାବେ ନିର୍ବାଚିତ ହେଲେ ଶେଖ୍ ହାସିନା । ବିରୋଧୀଙ୍କ ବଏକଟ୍ ସତ୍ୱେ ୫୦ ପ୍ରତିଶତରୁ ଅଧିକ ଆସନ ଜିତିଲା ହାସିନାଙ୍କ ଆୱାମୀ ଲିଗ ଦଳ । ୩୦୦ ଆସନରୁ ୨୦୦ ଆସନରେ ବିଜୟୀ ହୋଇଛି ଆୱାମୀ ଲିଗ୍ । ବିଜୟ ପରେ ଭାରତକୁ ଭୁରି ଭୁରି ପ୍ରଶଂସା କରିଛନ୍ତି ହାସିନା । ସେ କହିଛନ୍ତି, ଭାରତ ହେଉଛି ଭରସାଯୋଗ୍ୟ ବନ୍ଧୁ । ଭାରତ ଭଳି ବନ୍ଧୁ ପାଇ ବାଂଲାଦେଶ ଭାଗ୍ୟବାନ୍ । ଏଥିସହ ୧୯୭୧ରେ ପାକିସ୍ତାନ ସହ ଯୁଦ୍ଧରେ ଭାରତୀୟ ଅବଦାନକୁ ମନେ ପକାଇଛନ୍ତି ହାସିନା । ୭୬ ବର୍ଷିୟ ଶେଖ୍ ହାସିନା ୨୦୦୯ରୁ ବାଂଲାଦେଶର ପ୍ରଧାନମନ୍ତ୍ରୀ ଭାବେ ନିର୍ବାଚିତ ହୋଇଆସୁଛନ୍ତି । ସେପଟେ ବାଂଲାଦେଶ କ୍ରିକେଟ ଟିମର ଅଧିନାୟକ ସକିବ-ଉଲ-ହାସନ ସାଂସଦ ଭାବେ ନିର୍ବାଚିତ ହୋଇଛନ୍ତି । ସେ ହାସିନାଙ୍କ ଦଳ ଆୱାମୀ ଲିଗରୁ ପ୍ରାର୍ଥୀ ହୋଇଥିବା ବେଳେ ଦେଢ ଲକ୍ଷ ଭୋଟରେ ନିର୍ବାଚିତ ହୋଇଛନ୍ତି ।
More Stories
ପିଏମ୍ ସ୍ୱନିଧି ଯୋଜନାରେ ବଡ ପରିବର୍ତ୍ତନ
ପିଲାଙ୍କ ଠାରେ ଏପରି ସମସ୍ୟା ଦେଖିଲେ ହୁଅନ୍ତୁ ସାବଧାନ
ବାର୍ଷିକ ଫାସଟ୍ୟାଗ୍ ପାସ୍ ଲାଗୁ ହେବ- ଗଡକରୀ