ଆରପାରିରେ କମେଡିଆନ ରାଜୁ ଶ୍ରୀବାସ୍ତବ । ୫୮ ବର୍ଷ ବୟସରେ ଲୋକପ୍ରିୟ କମେଡିଆନ୍ ରାଜୁ ଶ୍ରୀବାସ୍ତବ ଆଖି ବୁଜିଛନ୍ତି । ଏନେି ନେଇ ପରିବାର ପକ୍ଷରୁ ସୂଚନା ଦିଆଯାଇଛି । ତେବେ ଅଗଷ୍ଟ ୧୦ରୁ ଦିଲ୍ଲୀ ଏମ୍ସରେ ତାଙ୍କର ଚିକିତ୍ସା ଚାଲିଥିଲା । ଦୀର୍ଘଦିନ ହେଲା ସେ କୋମାରେ ଥିଲେ । ପାଖାପାଖି ୪୨ ଦିନ ହେବ ସେ ଏମ୍ସରେ ଚିକିତ୍ସିତ ଥିଲେ । ଜିମରେ ୱାର୍କଆଉଟ ବେଳେ ଅସୁସ୍ଥ ହୋଇ ପଡିଥିଲେ ରାଜୁ । ଛାତିରେ ଯନ୍ତ୍ରଣା ଯୋଗୁଁ ହଠାତ୍ ତଳେ ପଡି ଯାଇଥିଲେ । ୧୯୮୦ ମସିହାରୁ ବଲିଉଡ୍ ସହ ଯୋଡ଼ି ହୋଇ ରହିଥିବା ବେଳେ ‘ବାଜିଗର୍’ ଓ ‘ମେନେ ପ୍ୟାର୍ କିୟା’ ପରି ଉଲ୍ଲେଖନୀୟ ଚଳଚ୍ଚିତ୍ରରେ ତାଙ୍କୁ ଦେଖିବାକୁ ମିଳିଥିଲା । ତାଙ୍କୁ ‘ବିଗ୍ବସ୍’ ସିଜିନ୍-୩ରେ ବି ଦେଖିବାକୁ ମିଳିଥିଲା ।
More Stories
ବାର୍ଷିକ ଫାସଟ୍ୟାଗ୍ ପାସ୍ ଲାଗୁ ହେବ- ଗଡକରୀ
ବିମାନ ଦୁର୍ଘଟଣାର ଚାଲିଛି ପୁଙ୍ଖାନୁପୁଙ୍ଖ ତଦନ୍ତ
ୱେଟ୍ ଲସ୍ ଜର୍ଣ୍ଣିରେ ସକାଳ ଜଳଖିଆ କଣ ଖାଇବେ