୩୦ ହଜାର କର୍ମଚାରୀଙ୍କୁ ଚାକିରୀରୁ ଛଟେଇ କରିବ ଗୁଗୁଲ । ଏଭଳି ଏକ ଖବର ପ୍ରକାଶ ପାଇବା ପରେ ଆଇଟି ସେକ୍ଟରରେ ଛାନିଆଁ ପଶିଛି । ଚଳିତ ବର୍ଷ ୧୨,୦୦୦ କର୍ମଚାରୀଙ୍କୁ ଛଟେଇ କରିଥିବା ‘ଗୁଗଲ୍’ ଆହୁରି ୩୦,୦୦୦ କର୍ମଚାରୀଙ୍କୁ ଛଟେଇ କରିବା ପାଇଁ ଯୋଜନା କରୁଥିବା କଥା ଏକ ରିପୋର୍ଟରୁ ଜଣାପଡ଼ିଛି । ଏହା ହେଉଛି ବର୍ଷ ୨୦୨୩ରେ ‘ଗୁଗଲ୍’ର କର୍ମଚାରୀ ସଂଖ୍ୟା ହ୍ରାସ ଲାଗି ୪ର୍ଥ ଉଦ୍ୟମ । ହଜାର ହଜାର ପଦବୀ ଉଚ୍ଛେଦ କରାଯିବ ବୋଲି ଜାନୁଆରି ମାସରେ କହି ଶେଷରେ ପ୍ରାୟ ୧୨,୦୦୦ କର୍ମଚାରୀଙ୍କୁ ‘ଗୁଗଲ୍’ ଛଟେଇ କରିଥିଲା । ‘ଆଲ୍ଫାବେଟ୍’ ମାଲିକାନାରେ ଥିବା ‘ଗୁଗଲ୍’ ତା’ର ବିଜ୍ଞାପନ ବା ‘ଆଡ୍ ସେଲ୍ସ୍ ୟୁନିଟ୍’କୁ ପୁର୍ନବ୍ୟବସ୍ଥିତ କରିବ ବୋଲି ମଙ୍ଗଳବାର ଦିନ ‘ଦି ଇନ୍ଫମେସନ୍’ ରିପୋର୍ଟ କରିଛି ।
“The eyes believe themselves, the ears believe other people.”
More Stories
ଖୋଲିଲା ବିପୁଳ ନିଯୁକ୍ତି ସୁଯୋଗ
ପେନସନ୍ ଭୋଗୀଙ୍କ ପାଇଁ ଆସିଲା ବଡ ଖବର
ମହାକୁମ୍ଭରେ ଭିଡପାଇଁ 30 ମୃତ, 60 ଆହତ