ମଣିପୁର ଓ ରାଜସ୍ଥାନରେ ଭୂକମ୍ପ ଝଟ୍କା । ମଣିପୁରର ଉଖ୍ରୁଲରେ ଭୂମିକମ୍ପ ଅନୁଭୂତ ହୋଇଛି । ଯାହା ରିକ୍ଟର ସ୍କେଲରେ ତୀବ୍ରତା ୩.୫ ଥିବା ସୂଚନା ମିଲିଛି । ସେପଟେ ରାଜସ୍ଥାନରେ ଜୟପୁରରେ ମଧ୍ୟ ଭୂମିକମ୍ପ ଅନୁଭୂତ ହୋଇଛି । ଗୋଟେ ଘଣ୍ଟାରେ ପ୍ରାୟ ୩ ଥର ଭୂକମ୍ପ ଝଟ୍କା ଲାଗିଥିବା ସୂଚନା ମିଲିଛି । ରାଜସ୍ଥାନରେ ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୩.୪ ଥିଲା । ଭୋରୁ ଭୂକମ୍ପ ଅନୁଭୂତ ହୋଇଥିବାରୁ ଲୋକ ଭୟରେ ଘରୁ ବାହାରକୁ ଚାଲିଆସିଥିଲେ । ଭୋର ପ୍ରାୟ ୪ଟା ୯ରୁ ୪ ଟା ୨୫ ମିନିଟ ମଧ୍ୟରେ ଏହି ତିନୋଟି ଭୂକମ୍ପ ଅନୁଭୂତ ହୋଇଥିଲା । ଭୂକମ୍ପର ତୀବ୍ରତା ୩.୪ରୁ ୪.୪ ମଧ୍ୟରେ ରହିଥିଲା । ଜୟପୁରଠୁ ୧୦ କିମି ତଳେ ଭୂକମ୍ପର କେନ୍ଦ୍ରସ୍ଥଳୀ ରହିଛି ।
“The eyes believe themselves, the ears believe other people.”
More Stories
ଖୋଲିଲା ବିପୁଳ ନିଯୁକ୍ତି ସୁଯୋଗ
ପେନସନ୍ ଭୋଗୀଙ୍କ ପାଇଁ ଆସିଲା ବଡ ଖବର
ମହାକୁମ୍ଭରେ ଭିଡପାଇଁ 30 ମୃତ, 60 ଆହତ