ବାହାନଗା ଟ୍ରେନ ଟ୍ରାଜେଡି, ଆସିଲା DNA ରିପୋର୍ଟ । ପରିଚୟ ମିଳୁନଥିବା ୮୧ ଟି ମୃତଦେହ ମଧ୍ୟରୁ ପ୍ରଥମ ପର୍ଯ୍ୟାୟରେ ଯାଇଥିବା ୨୯ଟି ସାମ୍ପୁଲର DNA ରିପୋର୍ଟ ଆସିଛି । ବାହାନଗା ଟ୍ରେନ ଦୁର୍ଘଟଣାରେ କେତେକ ମୃତଦେହର ଏକାଧିକ ଦାବିଦାର ରହିଥିଲେ । ପରିଚୟ ମିଳୁନଥିବା ମୃତଦେହକୁ ଚିହ୍ନଟ କରିବାକୁ ଭୁବନେଶ୍ୱର ଏମ୍ସରୁ ଦିଲ୍ଲୀ ଏମ୍ସରୁ 29ଟି ମୃତଦେହର ଡିଏନଏ ଟେଷ୍ଟ ପାଇଁ ସାମ୍ପୁଲ ପଠାଯାଇଥିଲା । ପରିଚୟ ମିଳିବା ପରେ ଏହାକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବାର ବ୍ୟବସ୍ଥା କରାଯାଉଛି । ସେପଟେ ଅଣଦାବିଦାର ଶବଗୁଡ଼ିକର ଆଜି ହେବ ସାମୂହିକ ସତ୍କାର । ଏବେ ଏମ୍ସରେ ୩ଟି କଣ୍ଟେନରରେ ୮୧ଟି ମୃତଦେହ ରହିଛି । ସମ୍ବେଦନଶୀଳ ଘଟଣା ହୋଇଥିବାରୁ ସଂରକ୍ଷଣ ପନ୍ଥା ଆପଣାଇ ଶବଗୁଡ଼ିକୁ ଅଧିକ ଦିନ ସଂରକ୍ଷିତ କରି ରଖିଛନ୍ତି ରାଜ୍ୟ ସରକାର । ଏବେ ମୃତଦେହ ଗୁଡ଼ିକ ଗଳିତ ହୋଇ ଖରାପ ହେବାରେ ଲାଗିଛି ।ଏଣୁ ଏଗୁଡ଼ିକୁ ଗଣଦାହ କରାଯିବ । ଏଥିପାଇଁ ଭୁବନେଶ୍ବର ସତ୍ୟନଗର ଓ ଭରତପୁର ଶ୍ମଶାନରେ ଶବ ସତ୍କାର ବ୍ୟବସ୍ଥା କରାଯାଇଛି ।
More Stories
ଗୁଣାତ୍ମକ ଶିକ୍ଷା, ଗବେଷଣା ଓ ଉତମ ସ୍ୱାସ୍ଥ୍ୟ ସେବାର ଉତ୍କର୍ଷ କେନ୍ଦ୍ର, SOA
ପୁଣି କ୍ୟାମ୍ପସରେ ହଇଚଇ, 25ରୁ ଆରମ୍ଭ ଛାତ୍ର ସଂସଦ ନିର୍ବାଚନ
ଏହି ନିବେଶ କରିବାରେ ସର୍ବପ୍ରଥମ ଓଡିଶା