The Topmost

“The eyes believe themselves, the ears believe other people.”

୨୪ ଘଣ୍ଟାରେ ଛତିଶଗଡ ମୁହାଁଇବ ଅବପାତ, ପଶ୍ଚିମ ଓଡିଶାରେ ରହିବ ସର୍ବାଧିକ ପ୍ରଭାବ

ଉତ୍ତର ଆଭ୍ୟନ୍ତରୀଣ ଓଡିଶାର ବିଭିନ୍ନ ଜିଲ୍ଲାରେ ବର୍ଷା ଲାଗି ରହିଛି । ଆଜି ପଶ୍ଚିମ ଓଡିଶାରେ ବର୍ଷା ଜନିତ ସର୍ବାଧିକ ପ୍ରଭାବ ରହିବ । ଏନେଇ ପଶ୍ଚିମ ଓଡିଶାର ୮ ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ପଶ୍ଚିମବଙ୍ଗ ଏବଂ ଉତ୍ତର ଓଡିଶା ଅଞ୍ଚଳରେ ଗଭୀର ଅବପାତ ସକ୍ରିୟ ରହିଛି । ଗତ ୬ଘଣ୍ଟାରେ ଘଣ୍ଟା ପ୍ରତି ୨୨ କି.ମି ବେଗରେ ଗତି କରୁଛି । ପଶ୍ଚିମ ଓ ଉତ୍ତର-ପଶ୍ଚିମ ଦିଗରେ ଗଭୀର ଅବପାତ ଗତି କରୁଛି । ଆଗାମୀ ୨୪ଘଣ୍ଟାରେ ଝାଡଖଣ୍ଡରୁ ଉତ୍ତର ଛତିଶଗଡ ମୁହାଁ ହେବ । ପରେ ଧୀରେ ଧୀରେ ଦୁର୍ବଳ ହେବାର ସମ୍ଭାବନା ରହିଛି । ଯାହାକି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ରହିଛି ।