ଏଣିକି ସ୍କୁଲରେ ବ୍ୟାପକ ଭାବେ ଦିଆଯିବ ଧନ୍ଦାମୂଳକ ଶିକ୍ଷା । ଛାତ୍ରଛାତ୍ରୀଙ୍କ ଦକ୍ଷତା ବିକାଶ ପାଇଁ ଅଳ୍ପ କିଛି ସ୍କୁଲରେ ଏହି ଶିକ୍ଷା ଦଆଯାଉଥିଲା । ଏହାର ସଫଳତା ପାଇଁ ୨୩୦ଟି ସ୍କୁଲରେ ଧନ୍ଦାମୂଳକ ଶିକ୍ଷା ପ୍ରଦାନ କରିବାକୁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର । ସ୍କୁଲ ପାଠ ସରୁ ସରୁ ରୋଜଗାରକ୍ଷମ ଶିକ୍ଷା ସଂପର୍କରେ ଛାତ୍ରଛାତ୍ରୀଙ୍କୁ ଅବଗତ କରିବାକୁ ଧନ୍ଦାମୂଳକ ଶିକ୍ଷାକୁ ଦିଆଯାଉଛି ପ୍ରାଧାନ୍ୟ । ସ୍କୁଲରେ ଧନ୍ଦାମୂଳକ ଶିକ୍ଷାର ଗୁରୁତ୍ବ ବଢୁଥିବାରୁ ବ୍ୟାପକ ହେବ ଧନ୍ଦାମୂଳକ ଶିକ୍ଷା । ସମଗ୍ର ଶିକ୍ଷା ଯୋଜନା ଅଧୀନରେ ମାଧ୍ୟମିକ ଓ ଉଚ୍ଚମାଧ୍ୟମିକ ବିଦ୍ୟାଳୟରେ ନବମରୁ ଦ୍ବାଦଶ ଶ୍ରେଣୀ ଯାଏଁ ଛାତ୍ରଛାତ୍ରୀଙ୍କୁ ଧନ୍ଦାମୂଳକ ଶିକ୍ଷା ପଢାଯିବ । ଏହାର ପରିଚାଳନା ଦାୟିତ୍ବ ନେଇଛି ଓସେପା । ସେ ସ୍କୁଲଗୁଡ଼ିକୁ ଚୟନ କରି ଆଉଟସୋର୍ସିଂ ସଂସ୍ଥା ଦ୍ବାରା ପିଲାମାନଙ୍କୁ ପ୍ରଶିକ୍ଷିତ କରାଇବେ ।
More Stories
ଗୁଣାତ୍ମକ ଶିକ୍ଷା, ଗବେଷଣା ଓ ଉତମ ସ୍ୱାସ୍ଥ୍ୟ ସେବାର ଉତ୍କର୍ଷ କେନ୍ଦ୍ର, SOA
ପୁଣି କ୍ୟାମ୍ପସରେ ହଇଚଇ, 25ରୁ ଆରମ୍ଭ ଛାତ୍ର ସଂସଦ ନିର୍ବାଚନ
ଏହି ନିବେଶ କରିବାରେ ସର୍ବପ୍ରଥମ ଓଡିଶା