The Topmost

“The eyes believe themselves, the ears believe other people.”

22-year drive around the world

୨୨ବର୍ଷରେ କରିଛନ୍ତି ୧୦୨ ଦେଶ ଭ୍ରମଣ

ଜଣେ ଆର୍ଜେଣ୍ଟିନା ଦମ୍ପତି ବିବାହର ୬ବର୍ଷ ପରେ ବିଳାସପୂର୍ଣ୍ଣ ଜୀବନକୁ ପରିତ୍ୟାଗ କରିବାକୁ ନିଷ୍ପତ୍ତି ନେଇଥିଲେ । ଏହା ପଛର କାରଣ କେବଳ ଯାଯାବର ଜୀବନକୁ ଉପଭୋଗ କରିବା । ଏହାପରେ ଦମ୍ପତିଏକ ପୁରୁଣା କାର୍‌ ନେଇ ୨୦୦୦ ମସିହାରେ ବିଶ୍ୱ ଭ୍ରମଣରେ ବାହାରିପଡ଼ିଲେ । କୌତୁହଳର ବିଷୟ ହେଉଛି ଦମ୍ପତି ହରମନ୍‌ ଜ୍ୟାପ ଏବଂ କାଣ୍ଡେଲାରିଆ ଜ୍ୟାପଙ୍କର ଯାତ୍ରା ମଧ୍ୟରେ ହିଁ ୪ଟି ସନ୍ତାନ ୪ଟି ଭିନ୍ନ ଦେଶରେ ଜନ୍ମ ହୋଇଛନ୍ତି । ଗତ ୨୨ ବର୍ଷ ମଧ୍ୟରେ ଜ୍ୟାପ୍‌ ପରିବାର ୫ଟି ମହାଦ୍ୱୀପର ୧୦୨ଟି ଦେଶ ପରିଭ୍ରମଣ କରିଛନ୍ତି । କିଛି ଦିନ ତଳେ ଏହି ଦମ୍ପତି ନିଜକୁ ଘରକୁ ଫେରିଛନ୍ତି । ସୂଚନା ଅନୁଯାୟୀ ୨୫ ଜାନୁଆରୀ ୨୦୦୦ରେ ଆର୍ଜେଣ୍ଟିନାର ରାଜଧାନୀ ବୁଏନସ୍‌ ଆୟର୍ସରୁ ଜ୍ୟାପ୍‌ ଦମ୍ପତି ନିଜ ବିଶ୍ୱ ଭ୍ରମଣ ଯାତ୍ରା ଆରମ୍ଭ କରିଥିଲେ । ଏକ ସାକ୍ଷାତକାରରେ ଜ୍ୟାପ୍‌ ଦମ୍ପତି କହିଛନ୍ତି ଯେ କାରଟି ବହୁତ ପୁରୁଣା ଏବଂ ସିଟ୍‌ଗୁଡ଼ିକ ଆରାମଦାୟକ ନଥିଲା, ସହରର ରାସ୍ତା, ଗ୍ରାମାଞ୍ଚଳର କାଦୁଅ ଏବଂ ବାଲି ରାସ୍ତାରେ ଚାଲିବା ପାଇଁ ଏହା ଉପଯୁକ୍ତ ଥିଲା ।

http://thetopmost.in/?p=900

http://thetopmost.in/?p=892

http://thetopmost.in/?p=887

http://thetopmost.in/?p=887

http://thetopmost.in/?p=814

୨୨ ବର୍ଷର ଯାତ୍ରାରେ, ସେ ତାଙ୍କ କାରର ଟାୟାରକୁ ଆଠଥର ବଦଳାଇଛନ୍ତି ଏବଂ ଦୁଇଥର ଇଞ୍ଜିନ ମରାମତି କରିଛନ୍ତି । ଏହି ସମଗ୍ର ଯାତ୍ରାରେ କାର ହିଁ ତାଙ୍କର ଘର ଥିଲା । ପରିବାର ବଢିବା ପରେ କାରରେ ସିଟ୍‌ ସଂଖ୍ୟାକୁ ବୃଦ୍ଧି କରିଥିଲେ । ଯେତେବେଳେ ଜ୍ୟାପ୍‌ ଦମ୍ପତି ଯାତ୍ରା ଆରମ୍ଭ କଲେ, ହରମନଙ୍କୁ ୩୧ ବର୍ଷ ତାଙ୍କ ପତ୍ନୀ କାଣ୍ଡେଲାରିଆଙ୍କୁ ୨୯ ବର୍ଷ ହୋଇଥିଲା । ଏବେ ୫୩ ବର୍ଷୀୟ ହରମନ ଏବଂ ୫୧ ବର୍ଷୀୟା କାଣ୍ଡେଲାରିଆଙ୍କ ୪ଟି ସନ୍ତାନ ସହ ଏକ କୁକୁର ଓ ଏକ ବିଲେଇ ଅଛି । ଯାତ୍ରାରେ ଉଭୟ ନିଜ ସଞ୍ଚୟ ଅର୍ଥକୁ ଖର୍ଚ୍ଚ କରିଥିଲେ । ଏହାପରେ ଅଜଣା ଲୋକଙ୍କ ସାହାଯ୍ୟ ଉପରେ ନିର୍ଭରଶୀଳ ହେଉଥିଲେ । ଏକ ଆକଳନ ଅନୁଯାୟୀ, ୨୦୦୦ରୁ ଅଧିକ ପରିବାରରେ ସେମାନେ ଅତିଥି ଭାବେ ରହିଛନ୍ତି । ବାକି ସମୟ, ସେ କାରରେ ରହୁଥିଲେ କିମ୍ବା କୌଣସି ସ୍ଥାନରେ ଏକ ଟେଣ୍ଟ୍‌ ଲଗାଇ ଶୋଉଥିଲେ । ଉଭୟ ଦମ୍ପତି କହିଛନ୍ତି ଯେ ଯାତ୍ରା ଯେତିକି ଚମତ୍କାର ଥିଲା, ଚ୍ୟାଲେଞ୍ଜ ମଧ୍ୟ ସେତିକି ଅଧିକ ଥିଲା । ଏଥିସହ ହରମନ କହିଛନ୍ତି ଯେ ଏହି ଯାତ୍ରା ସହିତ ତାଙ୍କର ବିଶ୍ୱ ଭ୍ରମଣ କରିବାର ସ୍ୱପ୍ନ ପୂରଣ ହୋଇଛି ।