ଜିମ୍ନାଷ୍ଟ ଦୀପା କର୍ମକାର ଡୋପ୍ ଟେଷ୍ଟରେ ଫେଲ୍ ମାରିଛନ୍ତି । ଇଣ୍ଟରନ୍ୟାସନାଲ ଟେଷ୍ଟିଂ ଏଜେନ୍ସି ଜାଣିବାକୁ ପାଇଛି ଯେ ଦୀପା ହାଇଜେନାମାଇନ ଡ୍ରଗ୍ସ ସେବନ କରିଥିଲେ । ଏହାର ଟେଷ୍ଟିଂ ରିପୋର୍ଟ ପଜିଟିଭ୍ ଆସିଛି । ୨୦୨୧ ପରେ ହାଇଜେନାମାଇନ୍ ଡ୍ରଗ୍ସ ଉପରେ ବ୍ୟାନ୍ ଲଗାଯାଇଥିଲା । ଏହା ପରେ ଦୀପା କର୍ମକାରଙ୍କ ଉପରେ କଟକଣା ଲାଗୁ କରାଯାଇଛି । ଦୀପାଙ୍କୁ ୨୧ ମାସ ପାଇଁ ବ୍ୟାନ୍ କରାଯାଇଛି । ଏହାସହ ପାଖାପାଖି ଦୁଇ ବର୍ଷ ଯାଏଁ ସେ କୌଣସି ପ୍ରତିଯୋଗିତାରେ ଭାଗ ନେଇପାରିବେ ନାହିଁ । ଆଇଟିଏ ମୁତାବକ, ୨୦୨୩ ଜୁଲାଇ ୧୦ ପର୍ଯ୍ୟନ୍ତ ଦୀପାଙ୍କ ଉପରେ ବ୍ୟାନ୍ ଲାଗୁ ରହିବ । ପୂର୍ବରୁ ଦୀପା ଓ୍ୱାର୍ଲ୍ଡ ଆଣ୍ଟି ଡୋପିଂ ଏଜେନ୍ସି ତଥା ବାଡାର ଗାଇଡ୍ଲାଇନ୍କୁ ଉଲ୍ଲଙ୍ଘନ କରିଥିବା ନେଇ ସୂଚନା ମିଳିଥିଲା ।
“The eyes believe themselves, the ears believe other people.”
More Stories
ଛାନିଆ ହେଲେଣି ପାକିସ୍ତାନୀ ଖେଳାଳୀ, ଭାରତ ଆସିବାକୁ ମନା କଲେ ନଦୀମ
ଶ୍ରଦ୍ଧାଞ୍ଜଳି ଦେଲେ କ୍ରିକେଟର୍
କ୍ରିକେଟର୍ ହେବାକୁ ହେଲେ କରିବାକୁ ପଡିବ ତ୍ୟାଗ