ମଙ୍କିପକ୍ସ ରୋଗୀଙ୍କ ପାଇଁ କେନ୍ଦ୍ରର ନିର୍ଦ୍ଦେଶାବଳୀ ଜାରି । ଦେଶରେ ଏପର୍ଯ୍ୟନ୍ତ ୪ଟି ମଙ୍କିପକ୍ସ ମାମଲା ଚିହ୍ନଟ ହୋଇଛି । ବିଶ୍ବବ୍ୟାପୀ ୧୬ ହଜାର ମଙ୍କିପକ୍ସ ମାମଲା ଚିହ୍ନଟ ହେବାପରେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଏହାକୁ ବୈଶ୍ବିକ ସ୍ବାସ୍ଥ୍ୟ ସଙ୍କଟ ଘୋଷଣା କରିଛନ୍ତି । ମଙ୍କିପକ୍ସ ରୋଗୀ ଏବଂ ସେମାନଙ୍କ ସଂସ୍ପର୍ଶରେ ଯେଉଁମାନେ ଆସିଛନ୍ତି ସେମାନଙ୍କ ପାଇଁ ଆଜି ନିର୍ଦ୍ଦେଶାବଳି ଜାରି ହୋଇଛି । ମଙ୍କିପକ୍ସ ରୋଗୀଙ୍କ ପାଇଁ ସରକାର ଜାରି କରିଥିବା ନିର୍ଦ୍ଦେଶାବଳି ହେଉଛି- ସମ୍ପୂର୍ଣ୍ଣ ସୁସ୍ଥ ହେବା ପର୍ଯ୍ୟନ୍ତ ରୋଗୀ ସଙ୍ଗରୋଧରେ ରହିବେ । ଏହାସହ ଶରୀରର ସମସ୍ତ ଘା ଶୁଖିବା ପର୍ଯ୍ୟନ୍ତ ସଂକ୍ରମିତ ରୋଗୀ ସଙ୍ଗରୋଧରେ ରହିବେ । ରୋଗୀ ୩ ଥାକିଆ ମାସ୍କ ପିନ୍ଧିବେ, ଶରୀରରେ ହୋଇଥିବା ଘା ଓ ବଥ ଗୁଡ଼ିକୁ ଯଥାସମ୍ଭବ ଘୋଡ଼ାଇ ରଖିବା ଉଚିତ, ସଂକ୍ରମିତ ମଙ୍କିପକ୍ସ ରୋଗୀଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତି ୨୧ ଦିନ ଆଇସୋଲେସନରେ ରହିବେ । ମଙ୍କିପକ୍ସ ରୋଗୀଙ୍କ ଯତ୍ନ ନେଉଥିବା ବ୍ୟକ୍ତି ପିପିଇ କିଟ୍ ପିନ୍ଧିବେ, ମଙ୍କିପକ୍ସ ରୋଗୀଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତି ଲକ୍ଷଣ ନଥିଲେ ବି ବ୍ଲଡ୍, ସେଲ୍, ଟିସୁ ଆଦି ଦାନ କରିପାରିବେନି । ଏବଂ ସଂକ୍ରମିତଙ୍କ ସଂସ୍ପର୍ଶରେ ଆସୁଥିଲେ ବାରମ୍ବାର ହାତ ଧୋଇବେ ସହ ସାନିଟାଇଜର ବ୍ୟବହାର କରିବେ ।
More Stories
ଘରେ ବୟସ୍କ ମାନଙ୍କର କେମିତି ନେବେ ଯତ୍ନ
କେମିତି ଜାଣିବେ ପେଟ୍ରୋଲ୍ ଡିଜେଲ ଭର୍ତ୍ତିରେ କେତେ ହେଉଛି ଠକେଇ
ଡେଲିଭରି ବୟଙ୍କୁ ପୋଲିସଙ୍କ ଅତ୍ୟାଚାର, ଦେଖିଲେ ଛାତି ଥରି ଉଠିବ