ଆସନ୍ତା ୨୦୪୦ ସୁଦ୍ଧା ସାରା ରାଜ୍ୟରେ ଚାଲିବ ଗ୍ରୀନ୍ ବସ୍ ସେବା । ଗ୍ରୀନ୍ ଏନର୍ଜି ପାଇଁ ସାରା ଦେଶରେ ଓଡ଼ିଶା ହେବ ରୋଲ୍ ମଡେଲ । ଏନେଇ କ୍ରୁଟ ପକ୍ଷରୁ ସ୍ୱତନ୍ତ୍ର ଭାବେ ପ୍ରୋଜେକ୍ଟକୁ ଗ୍ରହଣ କରାଯାଉଛି । ନାଁ ରହିବ ପ୍ରଦୂଷଣ ନାଁ ରହିବ ତେଲ ଦରବୃଦ୍ଧି ଚିନ୍ତା । ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ କ୍ରୁଟ ମୁଖ୍ୟ ଅରୁଣ ବୋଥ୍ରା ସୂଚନା ଦେଇଛନ୍ତି । ଏହା ସହିତ ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟରେ ରାଜ୍ୟ ସରକାର ୫୦ଟି ଇଲେକ୍ଟ୍ରିକ ବସ୍ ସେବା ଆରମ୍ଭ ହୋଇଥିବା ବେଳେ ଏହି ସେବା ଆସନ୍ତା ୩ ମାସ ମଧ୍ୟରେ ଗଞ୍ଜାମ ସମେତ ଅନ୍ୟ ୬ଟି ଜିଲ୍ଲାରେ ଆରମ୍ଭ ହେବ । ଭୁବନେଶ୍ୱର ସୋଆ ବିଶ୍ୱ ବିଦ୍ୟାଳୟ ପରିସରରେ ଆୟୋଜିତ ୨୦୨୩, I.E.E.E ତୃତୀୟ ଅନ୍ତର୍ଜାତୀୟ ସମ୍ମିଳନୀ ସିଫେଟ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କ୍ରୁଟ ମୁଖ୍ୟ ଅରୁଣ ବୋଥ୍ରା ସୂଚନା ଦେଇ କହିଛନ୍ତି ।
“The eyes believe themselves, the ears believe other people.”
More Stories
କିଟ୍ ଛାତ୍ରୀ ଆତ୍ମହତ୍ୟା ମାମଲା, ବଡ ଅଡୁଆକୁ ଛୋଟ ସମାଧାନ
୧.୯୩ ଲକ୍ଷ ପରୀକ୍ଷାର୍ଥୀଙ୍କର ଆରମ୍ଭ ହେଲା ଯୁକ୍ତ୨ ପରୀକ୍ଷା
ଲଭ୍, ସେକ୍ସ ଓ ଧୋକା କେସରେ କିଟ୍ ଛାତ୍ରୀଙ୍କ ଆତ୍ମହତ୍ୟା