୨୦୨୩-୨୪ ବଜେଟ୍ ପରିପ୍ରେକ୍ଷୀରେ ସାମ୍ବାଦିକ ସମ୍ମିଳନୀ । ଏହି ସମ୍ମିଳନୀ ଭୁବନେଶ୍ୱର ଗୀତ ଗୋବିନ୍ଦ ସଦନଠାରେ ଅନୁଷ୍ଠିତ ହୋଇଯାଇଛି । ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ଓ ପ୍ରଯୁକ୍ତି ବିଭାଗ ମନ୍ତ୍ରୀ ତୁଷାରକାନ୍ତି ବେହେରା, ବିଭାଗୀୟ ପ୍ରମୁଖ ଶାସନ ସଚିବ ମନୋଜ କୁମାର ମିଶ୍ର ଏହି ସାମ୍ବାଦିକ ସମ୍ମଳନୀରେ ଯୋଗଦେଇ ଚଳିତ ବର୍ଷ ଉପସ୍ଥାପିତ ବିଭାଗୀୟ ବଜେଟ୍ର ବିଭିନ୍ନ ପ୍ରସ୍ତାବ, ବ୍ୟୟବରାଦ ଓ ସେସବୁର ଉତ୍କୃଷ୍ଟତା ସମ୍ପର୍କରେ ଗଣମାଧ୍ୟମକୁ ସମ୍ବୋଧିତ କରିଥିଲେ । ମନ୍ତ୍ରୀ ଶ୍ରୀ ବେହେରା ସୂଚନା ପ୍ରଦାନ କରି କହିଲେ ଯେ, ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ଚଳିତ ବର୍ଷ ଯେଉଁ ବଜେଟ୍ ପ୍ରସ୍ତୁତ ହୋଇଛି, ସେଥିରେ ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ଓ ପ୍ରଯୁକ୍ତିବିଦ୍ୟାକୁ ପ୍ରାଥମିକତା ଦିଆଯାଇଛି । ରାଜ୍ୟର ବିକାଶରେ ଏହି ବିଭାଗର ଏକ ପ୍ରମୁଖ ଭୂମିକା ରହିଅଛି । ଓଡ଼ିଶା ଭବିଷ୍ୟତରେ ଏକ ଜ୍ଞାନ ଆଧାରିତ ଅର୍ଥନୀତି ରାଜ୍ୟରେ ପରିଗଣିତ ହେବ ବୋଲି ବିଶ୍ୱାସ ରହିଛି । ରାଜ୍ୟ ସରକାର ଇଲେକ୍ଟ୍ରୋନିକ୍ସ ନୀତି, ପ୍ରୁଯକ୍ତିବିଦ୍ୟା ନୀତି, ବିପିଓ ନୀତି ଏବଂ ଡାଟା ସେଣ୍ଟର ନୀତି ଆଦି ଚାରିଗୋଟି ନୂତନ ନୀତିକୁ ଅନୁମୋଦନ କରିଛନ୍ତି ।
More Stories
CSM Synapse 4.0 ରେ ଜିତିଲେ କିଟ୍ ଇଣ୍ଟରନ୍ୟାସନାଲ୍ ସ୍କୁଲ୍
ଗୁଣାତ୍ମକ ଶିକ୍ଷା, ଗବେଷଣା ଓ ଉତମ ସ୍ୱାସ୍ଥ୍ୟ ସେବାର ଉତ୍କର୍ଷ କେନ୍ଦ୍ର, SOA
ପୁଣି କ୍ୟାମ୍ପସରେ ହଇଚଇ, 25ରୁ ଆରମ୍ଭ ଛାତ୍ର ସଂସଦ ନିର୍ବାଚନ