ଲଗାଣ ବର୍ଷାରେ ବେହାଲ ଉତ୍ତରରୁ ଦକ୍ଷିଣ । ହିମାଞ୍ଚଳ, ଉତ୍ତରାଖଣ୍ଡ, ଜମ୍ମୁ-କାଶ୍ମୀର ଓ ରାଜସ୍ଥାନରେ ରେଡ୍ ଆଲର୍ଟ । ୨୦ ବର୍ଷର ରେକର୍ଡ ଭାଙ୍ଗିଲା ଦିଲ୍ଲୀ ବର୍ଷା । ଦେଶରେ ମୌସୁମୀ ବର୍ଷା ଜାରି ରହିଛି । ଭୀଷଣ ବର୍ଷା ଓ ବନ୍ୟା ସ୍ଥିତି ଯୋଗୁ ରାଜସ୍ଥାନରେ ୪ କେରଳରେ ୮ଜଣଙ୍କ ମୃତ୍ୟୁ ହେଲାଣି । ଦିଲ୍ଲୀରେ ଗତ ୯ ଘଣ୍ଟାରେ ୧୨୬.୧ ମିଲିମିଟର ବର୍ଷା ରେକର୍ଡ ହୋଇଛି । ହିମାଞ୍ଚଳର ୭ ଜିଲ୍ଲାକୁ ରେଡ୍ ଆଲର୍ଟ ଜାରି ହୋଇଛି । ଆଜି ସକାଳୁ ବର୍ଷା ଜାରି ରହିଥିବାବେଳେ ଜମ୍ମୁର ବିଭିନ୍ନ ସ୍ଥାନ, ପୂର୍ବ ରାଜସ୍ଥାନ, ହରିୟାଣା, ଚଣ୍ଡିଗଡ଼, ଦିଲ୍ଲୀ ଓ ପଞ୍ଜାବରେ ବର୍ଷା ଜାରି ରିହଛି । କେରଳର କିଛି ସ୍ଥାନରେ ସକାଳୁ ବର୍ଷା ଜାରି ରହିଛି । ଦିଲ୍ଲୀର ରାଜରାସ୍ତାରେ ଲହଡି ମାରୁଛି ଆଣ୍ଠୁଏ ଉଚ୍ଚର ବର୍ଷା ଜଳ । ଲୋକ ଯାତାୟତରେ ବହୁ ଅସୁବିଧା ଭୋଗୁଛନ୍ତି । ପ୍ରଗତି ମୈଦାନ ଟନେଲରେ ପଶିଲା ପାଣି । ଉତ୍ତରାଖଣ୍ଡର ୧୩ ଜିଲ୍ଲାରେ ୧୨ ଜୁଲାଇ ଯାଏ ହେବ ବର୍ଷା । ସେପଟେ କେଦାରନାଥରେ ପ୍ରବଳ ବର୍ଷା ଯୋଗୁ ବିଭିନ୍ନ ସ୍ଥାନରେ ଭୂସ୍ଖଳନ ହୋଇଛି ।
“The eyes believe themselves, the ears believe other people.”
More Stories
ତହବୁର ରାଣାକୁ ଘନ ଘନ ଜେରା
ବିଜେପିର ନୂଆ ସଭାପତି ହେଲେ ନୈନାର ନାଗେନ୍ଦ୍ରନ୍
ବହୁ ଚେଷ୍ଟା ପରେ ବି ବଦଳେନାହିଁ ସ୍ବାମୀ ସ୍ତ୍ରୀଙ୍କର ଏହି ଗୁଣ