ଅରୁଣାଚଳପ୍ରଦେଶରେ ଭାରତ-ଚୀନ ସୀମା ନିକଟରେ ଏକ ଦୁର୍ଘଟଣାରେ ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ବେଳେ ୧୮ଜଣ ଶ୍ରମିକ ନିଖୋଜ ଅଛନ୍ତି । ଏହି ଶ୍ରମିକମାନେ କୁରୁଙ୍ଗା କୁମେ ଜିଲ୍ଲାରେ ଏକ ରାସ୍ତା ପ୍ରୋଜେକ୍ଟ ଉପରେ କାମ କରୁଥିଲେ । ୫ଜୁଲାଇ ପରେ ଏହି ୧୯ ଶ୍ରମିକଙ୍କ କୌଣସି ପତ୍ତା କେହି ପାଉନଥିଲେ । ସୂଚନା ଅନୁସାରେ ଜିଲ୍ଲାର ଡେପୁଟି କମିଶନର କହିବାନୁଯାୟୀ, ଜଣେ ଶ୍ରମିକଙ୍କ ମୃତଦେହ ମଳିଥିବାବେଳେ ଅନ୍ୟ ନିଖୋଜ ୧୮ଜଣଙ୍କ ସନ୍ଧାନ ଜାରି ରହିଛି । ଭାରତ ଏବଂ ଚୀନ୍ ସୀମା ନିକଟରେ ଥିବା କୁରୁଙ୍ଗା କୁମେ ଜିଲ୍ଲାର ଦାମିନ ନାମକ ଏକ ଆଭ୍ୟନ୍ତରୀଣ ଅଞ୍ଚଳ ରହିଛି । ସଡକ ସୀମା ସଂଗଠନ (ବିଆରଓ) ଙ୍କ ତତ୍ତ୍ବାବଧାନରେ ଏକ ସଡ଼କ ପ୍ରକଳ୍ପରେ ଏହି କାର୍ଯ୍ୟ ଚାଲିଛି । ବିଆରଓ ଉତ୍ତର ପୂର୍ବରେ ଭିତ୍ତିଭୂମି ପ୍ରକଳ୍ପର ଏକ ବିସ୍ତୃତ ନେଟୱାର୍କ ସୃଷ୍ଟି କରୁଛି । ଏହି ମାଧ୍ୟମରେ ଦାମିନରେ କାମ କରାଇବା ଲାଗି ଶ୍ରମିକମାନଙ୍କୁ ଅଣାଯାଇଥିଲା । ଉପ ଜିଲ୍ଲାପାଳ, ବେଙ୍ଗିଆ ନିଧି ଏଏନଆଇକୁ କହିଛନ୍ତି ଯେ ଜୁଲାଇ ୫ ତାରିଖରୁ ଦାମିନରେ କାର୍ଯ୍ୟ କରୁଥିବା ୧୯ ଜଣ ଶ୍ରମିକ ନିଖୋଜ ହୋଇଯାଇଛନ୍ତି । ସେମାନଙ୍କ ମଧ୍ୟରୁ ଅଧିକାଂଶ ଆସାମର ବୋଲି ଜଣାପଡିଛି।
“The eyes believe themselves, the ears believe other people.”
More Stories
ଖୋଲିଲା ବିପୁଳ ନିଯୁକ୍ତି ସୁଯୋଗ
ପେନସନ୍ ଭୋଗୀଙ୍କ ପାଇଁ ଆସିଲା ବଡ ଖବର
ମହାକୁମ୍ଭରେ ଭିଡପାଇଁ 30 ମୃତ, 60 ଆହତ