The Topmost

“The eyes believe themselves, the ears believe other people.”

erg

୧୨ ଘଣ୍ଟା ପାଇଁ ବନବାସ

ଭାରତରେ ଆଜି ବି ବିଭିନ୍ନ ସ୍ଥାନରେ ଅଜବ ପରମ୍ପରା ପାଳିତ ହେଉଥିବା ଦେଖିବାକୁ ମିଳୁଛି । ସେହିପରି ବିହାରରେ ଏପରି ଏକ ଗାଁ ଅଛି, ଯେଉଁଠାରେ ପ୍ରତି ବର୍ଷ ପୁରା ଗାଁ ନିର୍ଦ୍ଦିଷ୍ଟ ସମୟ ପାଇଁ ଜଙ୍ଗଲରେ ରହିବା ପାଇଁ ପଳାଇଯାଆନ୍ତି । ପଶ୍ଚିମ ଚମ୍ପାରଣ ଜିଲ୍ଲାର ବଂଗହା ସ୍ଥିତ ନୋରାଙ୍ଗିଆ ଗାଁର ଲୋକମାନେ ଗୋଟିଏ ଦିନ ପାଇଁ ପୁରା ଗାଁ ଖାଲି କରିଦିଅନ୍ତି । ବୈଶାଖୀ ମାସର ନବମୀ ତିଥି ଦିନ ଲୋକମାନେ ୧୨ ଘଣ୍ଟାର ବନବାସ ପାଳନ କରିଥାନ୍ତି । ଏପରିକି ଗାଈଗୋରୁକୁ ମଧ୍ୟ ନେଇକି ସାଥିରେ ଜଙ୍ଗଲକୁ ଯାଆନ୍ତି । ଗାଁ ଲୋକଙ୍କ ବିଶ୍ୱାସ ଅନୁଯାୟୀ ଏହି ନିଆରା ପ୍ରଥା ପଛର ରହସ୍ୟ ହେଉଛି ଦେବୀ ପ୍ରକୋପରୁ ମୁକ୍ତି ପାଇବା । କୁହାଯାଏ ଯେ ବର୍ଷ ପୂର୍ବେ ଏହି ଗାଁରେ ମହାମାରୀ ହୋଇଥିଲା ।

ଗାଁରେ ବାରମ୍ବାର ନିଆଁ ଲାଗିବା ସହ ଅନେକ ରୋଗ ବ୍ୟାପିଥିଲା । ପ୍ରତିବର୍ଷ ଗାଁରେ ପ୍ରାକୃତିକ ବିପର୍ଯ୍ୟୟ ଯୋଗୁଁ ବିନାଶର ଦୃଶ୍ୟ ଦେଖିବାକୁ ମିଳିଥିଲା । ତେଣୁ ଏଥିରୁ ମୁକ୍ତି ପାଇବା ପାଇଁ ଜଣେ ସାଧୁ ତପସ୍ୟା କରି ବନବାସ ପାଳନ କରିବା ପାଇଁ କହିଥିଲେ । ତେଣୁ ଆଜି ବି ଏହି ଗାଁ ଲୋକ ଏହାକୁ ଭଲ ଭାବରେ ଅନୁସରଣ କରୁଛନ୍ତି । ବାଲ୍ମୀକି ଟାଇଗର ରିଜର୍ଭ ଜଙ୍ଗଲ ସ୍ଥିତ ନୋରାଙ୍ଗିଆ ଗାଁର ଲୋକକଥା ଅନୁଯାୟୀ, ଏଠାରେ ରହୁଥିବା ବାବା ପରମହଂସଙ୍କ ସ୍ୱପ୍ନରେ ଦେବୀ ମା’ ଆସିଥିଲେ । ଏହାପରଠୁ ଦେବୀ ମା’ଙ୍କ ଆଦେଶରେ ବୈଶାଖୀର ନବମୀ ତିଥିରେ ପୁରା ଗାଁ ବନବାସକୁ ଯାଇଥାଏ । ଜଙ୍ଗଲର ଭଜନୀ କୁଟ୍ଟୀରେ ପୁରା ଦିନ କଟାଇଥାନ୍ତି ଏବଂ ମାଆ ଦୁର୍ଗାଙ୍କୁ ପୂଜା କରିଥାନ୍ତି । ୧୨ ଘଣ୍ଟା ସମ୍ପୂର୍ଣ୍ଣ ହେବା ପରେ ସମସ୍ତେ ନିଜ ନିଜ ଘରକୁ ଫେରିଥାନ୍ତି । ଏହି ପରମ୍ପରାକୁ ଲୋକମାନେ ଉତ୍ସବ ଭାବେ ପାଳନ କରିଥାନ୍ତି । ଏପରିକି ସେହି ଦିନ କୌଣସି ଘରେ ତାଲା ମଧ୍ୟ ପଡ଼େନାହିଁ । ସବୁ ଘର ଖୋଲା ରହିଥାଏ ଏବଂ ଚୋରି ମଧ୍ୟ ହୁଏ ନାହିଁ । ଏହି ଦିନ ଜଙ୍ଗଲରେ ପିକନିକ୍‌ର ଭ୍ରମ ସୃଷ୍ଟି ହୋଇଥାଏ ।

https://thetopmost.in/?p=1779

https://thetopmost.in/?p=1758

https://thetopmost.in/?p=1382

https://thetopmost.in/?p=1635