୧୦୨ ବର୍ଷରେ ଲୋକମାନଙ୍କ ପାଇଁ ପାଦେ ଚାଲିବା କଷ୍ଟକର । ହେଲେ ଥାଇଲାଣ୍ଡର ସ୍ୱାଙ୍ଗ ଜନପ୍ରାମ୍ ୧୦୨ ବର୍ଷରେ ଦୌଡି ରେକର୍ଡ ସୃଷ୍ଟି କରିଛନ୍ତି । ପରିଣତ ବୟସରେ ସେ ପାଲଟିଛନ୍ତି ସାଉଥ୍ ଏସିଆନ୍ କଣ୍ଟ୍ରିର ସବୁଠାରୁ ବୟସ୍କ ଧାବକ । ସେ ୧୦୦ମିଟର ଦୌଡରେ ୨୭.୦୮ ସେକେଣ୍ଡ୍ ନେଇଛନ୍ତି । ଥାଇଲାଣ୍ଡରେ ଆୟୋଜିତ ୨୬ତମ ଚାମ୍ପିଅନସିପ୍ର ୧୦୦-୧୦୫ ବର୍ଗରେ ସ୍ୱାଙ୍ଗ ସମସ୍ତ ଗୋଲï ମେଡାଲକୁ ନିଜ ନାମରେ କରିଛନ୍ତି । ସେ ସେଟ୍ କରିଥିବା ନୂଆ ରେକର୍ଡ ଚଳିତ ବର୍ଷର ଫ୍ରେସ୍ ରେକର୍ଡ । ଏହାପୂର୍ବରୁ ୨୦୦୯ରେ ୟୁସିଆନ ବୋଲଫ ୯.୫୮ ସେକେଣ୍ଡରେ ଏହି ଦୌଡ ସମ୍ପୂର୍ଣ୍ଣ କରି ରେକର୍ଡ କରିଥିଲେ । ସ୍ୱାଙ୍ଗ ପୂର୍ବରୁ ଚାରିଥର ଆନୁଆଲ୍ ଥାଇଲାଣ୍ଡ ମାଷ୍ଟର ଆଥଲେଟ୍ସ ଚାମ୍ପିଅନସିପ୍ରେ ଭାଗ ନେଇସାରିଛନ୍ତି । ସେ ଏହି ଚାମ୍ପିଅନ୍ସିପ୍ରେ ବିଭିନ୍ନ ଆଥ୍ଲେଟିକ୍ କମ୍ପିଟିସନ୍ରେ ଭାଗ ନେଇ ଜିତିଛନ୍ତି । ଏତେ ବୟସରେ ଫିଟ୍ ରହିବାରଶ୍ରେୟ ମଧ୍ୟ ସେ ଖେଳକୁ ହିଁ ଦେଇଛନ୍ତି । ପ୍ରତିଦିନ ସେ ସକାଳୁ ନିଜ ୭୦ ବର୍ଷର ଝିଅଙ୍କ ସହିତ ଚାଲିବାକୁ ଯାଆନ୍ତି । ଅନ୍ୟ ସମୟ ସେ ନିଜ ଘରେ ହିଁ ବ୍ୟାୟାମରେ ବ୍ୟତିତ କରନ୍ତି । ନିଜର ସକରାତ୍ମକ ଚିନ୍ତା ଧାରା କାରଣରୁ ସେ ଏତେ ବର୍ଷ ବଞ୍ଚିବା ସହିତ ସଫଳ ହୋଇପାରିଛନ୍ତି ବୋଲି ସ୍ୱାଙ୍ଗ ମତ ଦେଇଛନ୍ତି ।
“The eyes believe themselves, the ears believe other people.”
More Stories
ବିଶ୍ବ ସ୍ତରରେ ଭାରତକୁ ପ୍ରତିନିଧିତ୍ବ କଲେ ମ୍ୟାଡାମ୍ ପ୍ରେସିଡେଣ୍ଟ
କେବେ ହେବ ଅସ୍ତ୍ର ବିରତି ଚୁକ୍ତି, ଟ୍ରମ୍ପଙ୍କ ଭବିଷ୍ୟବାଣୀ
ଡାଇବେଟିସ୍ ପାଇଁ ଅବ୍ୟର୍ଥ ଔଷଧ ହେଉଛି ପଣଷ