The Topmost

“The eyes believe themselves, the ears believe other people.”

୧୦୦ ବର୍ଷ ପୂରୁଣା କମ୍ପାନୀ କିଣିଲା ରିଲାଏନ୍ସ

୨୦୨୩ ନୂଆବର୍ଷର ଆରମ୍ଭରୁ ମୁକେଶ ଅମ୍ବାନୀଙ୍କୁ ଆଉ ଏକ ସଫଳତା । ସେ ଏକ ବଡ କମ୍ପାନୀକୁ କିଣିବାରେ ସଫଳ ହୋଇଛନ୍ତି । ମଙ୍ଗଳବାର  ରିଲାଏନ୍ସ ଗ୍ରୁପ ରିଟେଲ ପକ୍ଷରୁ ଏନେଇ ଘୋଷଣା କରାଯାଇଛି । ଗୁଜୁରାଟର ୧୦୦ ବର୍ଷ ପୂରୁଣା ବେବରେଜେ କମ୍ପାନୀ ସୋସିୟୋ ବେବରେଜ କମ୍ପାନୀର  ୫୦ ପ୍ରତିଶତ ଅଂଶୀଦାର ହୋଇଛି  । ରିଲାଏନ୍ସ କଞ୍ଜ୍ୟୁମର ପ୍ରଡକ୍ସନ ଲିମିଟେଡ୍ ଗୁଜୁରାଟର କାର୍ବୋନେଟେଡ୍ ସଫ୍ଟ ଡ୍ରିଙ୍କ୍ସ ଏବଂ ଜୁସ୍ ପ୍ରସ୍ତୁତ କରୁଥିବା କମ୍ପାନୀ ସୋସିୟୋହଜୁରୀ ବେୱରେଜଜ ପ୍ରାଇଭେଟ୍ ଲିମିଟେଡର ୫୦ ପ୍ରତିଶତ ଭାଗ କିଣିବାକୁ ଯାଉଛନ୍ତି । ନୂଆବର୍ଷ ଆରମ୍ଭରୁ କମ୍ପାନୀ ପାଇଁ ଏହା ଏକ ବଡ ଡିଲ୍ । ରିଲାଏନ୍ସ ରିଟେଲ୍ ପକ୍ଷରୁ ଜାରୀ ହୋଇଥିବା ସୂଚନା ଅନୁଯାୟୀ, RCPLକୁ ତାର ବେବରେଜେର ଲୋକପ୍ରିୟତାକୁ ବଢାଇବା ନିମନ୍ତେ ଅନେକ କାର୍ଯ୍ୟକ୍ରମ ହାତକୁ ନେବ । ଏଥି ସହିତ ଲୋକଙ୍କ ପାଖରେ କମ୍ପାନୀର ପ୍ରଡକ୍ଟ ଆଦରଣୀୟ ହେବା ପାଇଁ ପ୍ରୟାସ କରାଯିବ । କମ୍ପାନୀର ୫୦ ପ୍ରତିଶତ ଅଂଶ ରିଲାନ୍ସ ନିଜ ନାଁକୁ କରିବା ସହ ୧୦୦ ବର୍ଷ ପୂରୁଣା ବେବରେଜେସ ନିର୍ମାତା ତାଙ୍କର ଅବଶିଷ୍ଟ ଅଂଶକୁ ନିଜ ଅଧିନରେ ରଖିବେ ।