The Topmost

“The eyes believe themselves, the ears believe other people.”

୧୦୦ ଦିନର ମୋଟର ସାଇକେଲ୍‌ ଯାତ୍ରା, ୭୪ଟି ଦେଶ ଭ୍ରମଣ।

ଜଣେ ଭିନ୍ନ ଧରଣର ଧର୍ମଗୁରୁ ଆପଣ ଅନେକ ଧର୍ମଗୁରୁଙ୍କ ବିଷୟରେ ତ ଜାଣିଥିବେ। ସେମାନେ ସାଧାରଣତଃ ବିଭିନ୍ନ ପ୍ରବୋଚନ ମାଧ୍ୟମରେ ଲୋକଙ୍କ ପାଖକୁ ପହଞ୍ଚିବାକୁ ଚେଷ୍ଟା କରନ୍ତି। କିନ୍ତୁ ଆପଣ ଏମିତି କେତେ ଜଣଙ୍କ କଥା ଜାଣିଛନ୍ତି ଯିଏ ବିଶ୍ବରେ ସଚେତନତା ସୃଷ୍ଟି କରିବାକୁ ନିଜେ ପାଦ ବଢେଇ ଆଗକୁ ବଢିଆସିଛନ୍ତି। ବୃଦ୍ଧ ବୟସରେ ଲୋକ ସାଧାରଣତଃ ବିଶ୍ରାମ କରିବାପାଇଁ ପସନ୍ଦ କରନ୍ତି. ଆଉ କେତେ ଜଣଙ୍କ କ୍ଷେତ୍ରରେ କେତେକାଂଶରେ ଫୁର୍ତ୍ତି ଦେଖାଯାଏ। ନିଜ ପରିବାର ସହ ସମୟ ବିତେଇବାର ଆଶା ତ କାହା ପାଇଁ ଭିନ୍ନ ଭିନ୍ନ ପ୍ରକାରର ସ୍ବାଦିଷ୍ଟ ଖାଇବା ଖାଇବା ହଉଛି ବୃଦ୍ଧ ବୟସର ସାଧାରଣ ଇଛା।

ତେବେ କେତେକ ଲୋକ ଏପରି ବି ଅଛନ୍ତି ଯୋଉ ମାନଙ୍କ ପାଇଁ ସମୟର ଅପରାହ୍ଣ ବି ବେଶ୍ ରୋମାଞ୍ଚକର. ବିଶ୍ବ ରେକର୍ଡ ପାଇଁ ହେଉ ଅବା ନୂଆ କିଛି କରିଯିବାର ଜୋଶ୍ ପାଇଁ ଅନେକ ଲୋକ ଅନେକ କାମ କରନ୍ତି। ତେବେ ଏକବିଂଶ ଶତକରେ ଆପଣ ଅନେକ ରେକର୍ଡ ବିଷୟରେ ଶୁଣିଥିବେ ତ ନିଶ୍ଚୟ କିନ୍ତୁ ଏପରି କିଛି ଶୁଣିନଥିବେ କି ଦେଖି ବି ନଥିବେ। ବୃଦ୍ଧ ବୟସରେ ବି ଧମନିରେ ବହିଯାଏ ଶତ ଯୁବକର ଶକ୍ତି। ଆଡଭେଞ୍ଚର କରିବାର ନୂଆ ଆଶା ତାଙ୍କ ଆଗରେ ହରେଇ ଦେଇଛି ସବୁ ବାଧା ବିଘ୍ନକୁ। ଆମେ କହୁଛୁ ଏପରି ଜଣେ ବ୍ୟକ୍ତିଙ୍କ କଥା ଯିଏ କି ସାରା ବିଶ୍ବରେ ସଦଗୁରୁଙ୍କ ନାମରେ ବେଶ୍ ପରିଚିତ।
୧୦୦ ଦିନର ମୋଟର ସାଇକେଲ୍‌ ଯାତ୍ରା। ୭୪ଟି ଦେଶ ଭ୍ରମଣ। ୩୦ ହଜାର କିଲୋମିଟର ଅତିକ୍ରମ। ବିଶ୍ୱର ୩୨୦ କୋଟି ଲୋକଙ୍କ ପାଖରେ ପହଞ୍ଚିଛି ମୃତ୍ତିକା ସଂରକ୍ଷଣର ବାର୍ତ୍ତା।

ସେଭ୍‌ ସଏଲ୍‌ ଅଭିଯାନରେ ସଦଗୁରୁ ଜଗି ବାସୁଦେବ ଏକାକି ମୋଟର ସାଇକେଲରେ ଶହେ ଦିନ ଭ୍ରମଣ କରି ୭୪ଟି ଦେଶର ପ୍ରାୟ ୩୨୦ କୋଟି ଲୋକଙ୍କ ପାଖରେ ପହଞ୍ଚିଥିବା କହିଛନ୍ତି। ମହିଶୂରରେ ଏହି ଯାତ୍ରାର ଉଦଯାପନୀ ଉତ୍ସବରେ ଏହା କହିଛନ୍ତି ସଦଗୁରୁ। ସଂରକ୍ଷଣ ପ୍ରୟାସରେ ମୃତ୍ତିକା ଏକ ଗୁରୁତ୍ୱପୂର୍ଣ୍ଣ ଦିଗ। ଏହି ଅଭିଯାନରେ ସେ ଭେଟିଥିବା ସମସ୍ତ ଦେଶର ସରକାର ତାଙ୍କୁ ସକାରାତ୍ମକ ଭାବେ ପ୍ରତିକ୍ରିୟା ଜଣାଇଥିଲେ ଏବଂ ସଏଲ୍‌ ପଲିସି ଡିକ୍ଲାରେସନ୍‌ ଦେଇଥିଲେ। କ୍ଷୁଦ୍ର ଦେଶ ଗୁଡ଼ିକରେ ମୃତ୍ତିକା ସଂରକ୍ଷଣ ପାଇଁ ତାଙ୍କ ସଂସ୍ଥା ପକ୍ଷରୁ ସହାୟତା ଯୋଗାଇ ଦିଆଯିବ ବୋଲି ସେ କହିଛନ୍ତି। ଏଥିସହ ସମସ୍ତଙ୍କୁ ପ୍ରତିଦିନ ୧୦ ମିନିଟ ଲେଖାଏଁ ମୃତ୍ତିକା ସଂରକ୍ଷଣ ଦିଗରେ ସଚେତନତା ସୃଷ୍ଟି ଦିଗରେ ବିନିଯୋଗ କରିବାକୁ ସଦଗୁରୁ ଆହ୍ୱାନ ଦେଇଛନ୍ତି।
ତେବେ ଦେଶ କାହିକି ସାରା ବିଶ୍ବରେ ତାଙ୍କର ଏହି ମହାନ ଉଦ୍ଦେଶ୍ୟର ପ୍ରଚାର କରିଛନ୍ତି ସଦଗୁରୁ। ତାଙ୍କର ଏହି ନିଆରା ପଦକ୍ଷେପ ସମସ୍ତଙ୍କୁ ନିଶ୍ଚୟ ଏକ ନୂଆ ରାହା ଓ ଆଶା ଦେଖାଇବାରେ କୌଣସି ଅବଶେଷ ଛାଡିନି। ଜଣେ ପ୍ରକୃତ ଦିଗଦର୍ଶକ ଭାବରେ ସେ ବିଭିନ୍ନ ଗୋଷ୍ଠୀର ଲୋକଙ୍କ ମନରେ ବୁଣିଛନ୍ତି ନୂଆ ଜାଗରଣ। ତାଙ୍କ ଏଇ ପଦକ୍ଷେପ ସ୍ବାଗତ ଯୋଗ୍ୟ ନିଶ୍ଚୟ।https://thetopmost.in/raaj-yog-in-a-humans-astrological-zodiac-sign/

https://thetopmost.in/vienas-people-give-tribute-to-ukraine-mass-who-died-in-war/