ନବରାତ୍ରୀ ପରେ ପରେ ସାରା ଦେଶରେ ପିଆଜ ଦର ହୁହୁ ହୋଇ ବଢିଚାଲିଛି । ଶୁକ୍ରବାର ଦିଲ୍ଲୀ ବଜାରରେ ପିଆଜ କିଲୋ ୯୦ ଟଙ୍କା ଛୁଇଁଛି । ଏବଂ ଖୁବ୍ ଶୀଘ୍ର ଏହା ୧୦୦ ଟପିବ ବୋଲି ବ୍ୟବସାୟ କହିଛନ୍ତି । ଦିଲ୍ଲୀର ଆରକେ ପୁରମ୍ ଅଞ୍ଚଳରେ ପିଆଜ ଦର ୯୦ରେ ପହଞ୍ଚିବା ପରେ ଲୋକେ ଅତିଷ୍ଠ ହୋଇପଡିଛନ୍ତି । ମଣ୍ଡିଗୁଡିକରେ କିଣା ଦର ଅଧିକ ପଡୁଥିବାରୁ ସେମାନଙ୍କୁ ମଧ୍ୟ ଉଚ୍ଚ ଦରରେ ବିକ୍ରି କରିବାକୁ ପଡୁଛି ବୋଲି କହିଛନ୍ତି ବ୍ୟବସାୟୀ । ସେହିପରି ଗାଜିଆବାଦରେ ପିଆଜ ଦର ୭୦ ଟଙ୍କା ହୋଇଥିବାବେଳେ ଆଉ କିଛି ସ୍ଥାନରେ ୮୦ ଟଙ୍କାରେ ବିକ୍ରି ହେଉଛି । ପିଆଜ ସହ ଅନ୍ୟ ପରିବା ଦର ମଧ୍ୟ ବଡିଛି । ଫଳରେ ସାଧାରଣ ଲୋକେ ସମସ୍ୟା ଭୋଗୁଛନ୍ତି ।
“The eyes believe themselves, the ears believe other people.”
More Stories
ୱେଟ୍ ଲସ୍ ଜର୍ଣ୍ଣିରେ ସକାଳ ଜଳଖିଆ କଣ ଖାଇବେ
ସବୁ ପାକିସ୍ତାନୀଙ୍କ ଭିସା ରଦ୍ଦ କଲେ ସରକାର
ପାକିସ୍ତାନୀ ଏକ୍ସ ଆକାଉଣ୍ଟକୁ ବ୍ଲକ୍ କଲା ଭାରତ