ରାଜ୍ୟର ଗ୍ରାମାଞ୍ଚଳ ଯୁବକ/ଯୁବତୀଙ୍କୁ ଆତ୍ମନିର୍ଭର କରିବା ପାଇଁ ସରକାର ବିବିଧି ପଦକ୍ଷେପମାନ ଗ୍ରହଣ କରୁଛନ୍ତି। ଏହି କ୍ରମରେ ଗ୍ରାମାଞ୍ଚଳର ୧୦ ହଜାର ଯୁବକ ଯୁବତୀଙ୍କୁ ପାନୀୟ ଜଳଯୋଗାଣ ପରିଚାଳନା କ୍ଷେତ୍ରରେ ସେବା ପ୍ରଦାନ ସକାଶେ ତାଲିମ୍ ପ୍ରଦାନ କରିବାକୁ ପଞ୍ଚାୟତିରାଜ ବିଭାଗ ଯୋଜନା ପ୍ରସ୍ତୁତ କରିଛି। ଗ୍ରାମାଞ୍ଚଳରେ ବିଭିନ୍ନ ମେଗା ପାନୀୟ ଜଳ ପ୍ରକଳ୍ପ ଦ୍ରୁତ ଗତିରେ କାର୍ଯ୍ୟକାରୀ ହେଉଛି। ଜଳଜୀବନ ମିଶନ୍ ଅଧୀନରେ ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେଉଥିବା ବେଳେ ଆଗାମୀ ଦିନରେ ଏହାର ପରିଚାଳନା ପାଇଁ ଦକ୍ଷ ମାନବସମ୍ବଳର ଆବଶ୍ୟକତା ରହିଛି। ତେଣୁ ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗ ଏବଂ ଓରମାସ୍ ପକ୍ଷରୁ ରାଜ୍ୟବ୍ୟାପୀ ୧୦ ହଜାର ଯୁବକଙ୍କୁ ତାଲିମ ପ୍ରଦାନ କରାଯିବ। ଏହାପରେ ସେମାନଙ୍କୁ ପଞ୍ଚାୟତସ୍ତରରେ ପାନୀୟ ଜଳ ପ୍ରକଳ୍ପ ପରିଚାଳନାରେ ସାମିଲ କରାଯିବ ବୋଲି ଜଣାପଡ଼ିଛି। ଯୁବଗୋଷ୍ଠୀଙ୍କୁ ଆତ୍ମନିର୍ଭର କରିବା କ୍ଷେତ୍ରରେ ଏହା ଏକ ବଡ଼ ଭୂମିକା ଗ୍ରହଣ କରିବ ବୋଲି ଆଶା କରାଯାଉଛି।
More Stories
CSM Synapse 4.0 ରେ ଜିତିଲେ କିଟ୍ ଇଣ୍ଟରନ୍ୟାସନାଲ୍ ସ୍କୁଲ୍
ଗୁଣାତ୍ମକ ଶିକ୍ଷା, ଗବେଷଣା ଓ ଉତମ ସ୍ୱାସ୍ଥ୍ୟ ସେବାର ଉତ୍କର୍ଷ କେନ୍ଦ୍ର, SOA
ପୁଣି କ୍ୟାମ୍ପସରେ ହଇଚଇ, 25ରୁ ଆରମ୍ଭ ଛାତ୍ର ସଂସଦ ନିର୍ବାଚନ