ଉତ୍ତରପ୍ରଦେଶଠାରୁ ଆରମ୍ଭ କରି ବିହାର ସବୁଠି ପ୍ରଚଣ୍ଡ ଖରାରେ କଲବଲ ଲୋକେ । ୟୁପି ବଲିୟାରେ ହିଟ୍ ୱେଭ୍ ଯୋଗୁଁ ୫୭ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ବିହାରରେ ମଧ୍ୟ ୪୪ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ଏନେଇ ୫ଟି ରାଜ୍ୟରେ ଭୀଷଣ ଗରମକୁ ଦୃଷ୍ଟିରେ ରଖି ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ । ଗୋଟେପଟେ ଗୁଜୁରାଟ ଓ ରାଜସ୍ଥାନରେ ଭୀଷଣ ବର୍ଷା ହେଉଥିବାବେଳେ ଉତ୍ତରପ୍ରଦେଶ ଓ ବିହାରରେ ନାହିଁନଥିବ ଖରା । ଏହି ୨ ରାଜ୍ୟରେ ହିଟ୍ ୱେଭ୍ ମୃତ୍ୟୁର ରୂପ ନେଇ ଆସିଛି । ୟୁପି ବଲିୟାରେ ୭୨ ଘଣ୍ଟାରେ ୫୪ ଲୋକଙ୍କ ମୃତ୍ୟୁ ହୋଇଥିବାବେଳେ ବିହାରରେ ଗତ ୨୪ ଘଣ୍ଟାରେ ୪୪ଜଣ ଲୋକ ପ୍ରାଣ ହରାଇଥିବା ଜଣାପଡିଛି । ଏହା ମଧ୍ୟରେ ୫ ରାଜ୍ୟରେ ହିଟୱେଭ୍ ଆଲର୍ଟ ଜାରି କରିଛି ଭାରତୀୟ ପାଣିପାଗ ବିଭାଗ ।
“The eyes believe themselves, the ears believe other people.”
More Stories
ଖୋଲିଲା ବିପୁଳ ନିଯୁକ୍ତି ସୁଯୋଗ
ପେନସନ୍ ଭୋଗୀଙ୍କ ପାଇଁ ଆସିଲା ବଡ ଖବର
ମହାକୁମ୍ଭରେ ଭିଡପାଇଁ 30 ମୃତ, 60 ଆହତ