ୟୁକ୍ରେନ୍ର ‘ଜାପୋରିଝ୍ଝିଆ ଆଣବିକ ପ୍ଲାଣ୍ଟ୍’ ନିକଟରେ ରୁଷ୍ର ବୋମା ବର୍ଷଣ । ଏନେଇ ସଂଯମ ରକ୍ଷା କରିବା ଲାଗି ଉଭୟ ଦେଶଙ୍କୁ ଅନୁରୋଧ କରିଛି ଭାରତ । ସେପଟେ ବୋମା ପଡ଼ିଥିବା ଘଟଣାକୁ ନେଇ ୟୁକ୍ରେନ୍ ଓ ରୁଷ୍ ପରସ୍ପର ଉପରେ ଦୋଷାରୋପ କରୁଛନ୍ତି । ଜାତିସଂଘ ସୁରକ୍ଷା ପରିଷଦ ବୈଠକରେ ଭାରତର ସ୍ଥାୟୀ ପ୍ରତିନିଧି ରୁଚିରା କମ୍ବୋଜ୍ କହିଛନ୍ତି ଯେ, ଆଣବିକ କେନ୍ଦ୍ରଗୁଡ଼ିକର ସୁରକ୍ଷା ଓ ନିରାପତ୍ତା ନିମନ୍ତେ ପାରସ୍ପରିକ ସଂଯମ ପାଇଁ ଭାରତ ଅନୁରୋଧ କରୁଛି । ୟୁକ୍ରେନ୍ର ଆଣବିକ ଶକ୍ତି ରିଆକ୍ଟର୍ ଏବଂ କେନ୍ଦ୍ରର ସୁରକ୍ଷା ଓ ନିରାପତ୍ତା ସଂକ୍ରାନ୍ତରେ କ’ଣ ପଦକ୍ଷେପ ନିଆଯାଉଛି ସେ ବିଷୟ ପ୍ରତି ଭାରତ ନଜର ରଖିଛି ବୋଲି ମଧ୍ୟ କମ୍ବୋଜ୍ କହିଛନ୍ତି । ଏହାସହ ସେ ଆହୁରି ମଧ୍ୟ କହିଛନ୍ତି ଯେ ଆଣବିକ କେନ୍ଦ୍ରଗୁଡ଼ିକର ସୁରକ୍ଷା ଓ ନିରାପତ୍ତା ପ୍ରତି ସୁନିଶ୍ଚିତ ହେବା ଉପରେ ଭାରତ ଖୁବ୍ ଗୁରୁତ୍ବାରୋପ କରୁଛି । କାରଣ ସେଠାରେ କୌଣସି ପ୍ରକାର ଅଘଟଣ ଘଟିଲେ ଜନସ୍ବାସ୍ଥ୍ୟ ଏବଂ ପରିବେଶ ଅନେକ ମାତ୍ରାରେ ପ୍ରଭାବିତ ହେବ ।
“The eyes believe themselves, the ears believe other people.”
More Stories
ଖୋଲିଲା ବିପୁଳ ନିଯୁକ୍ତି ସୁଯୋଗ
ପେନସନ୍ ଭୋଗୀଙ୍କ ପାଇଁ ଆସିଲା ବଡ ଖବର
ମହାକୁମ୍ଭରେ ଭିଡପାଇଁ 30 ମୃତ, 60 ଆହତ