ୟୁକ୍ରେନରେ ହେଲିକପ୍ଟର କ୍ରାସ । ପ୍ରାଣ ହରାଇଛନ୍ତି ଜଣେ ମନ୍ତ୍ରୀଙ୍କ ସମେତ ୧୮ଜଣ । କିଭ୍ ନିକଟସ୍ଥ ବ୍ରୋଭାରିରେ ଘଟିଛି ଦୁର୍ଘଟଣା । ହେଲିକପ୍ଟରଟି ଏକ କିଣ୍ଡରଗାର୍ଟନରେ ଖସିପଡିବା ସହ ଜଳିଯିବା ଯୋଗୁଁ ଏହି ଦୁର୍ଘଟଣା ଘଟିଛି । ଘଟଣାସ୍ଥଳରେ ପ୍ରାଣ ହରାଇଛନ୍ତି ୟୁକ୍ରେନର ଗୃହମନ୍ତ୍ରୀ ଦେନିସ ମୋନାସ୍ତ୍ରିସ୍କି । ହେଲିକପ୍ଟରରେ ଥିବା ମନ୍ତ୍ରୀ ଦେନିସଙ୍କ ଡେପୁଟି ୟେଭେନ ୟେନିନ ଓ ଗୃହ ମନ୍ତ୍ରାଳୟର ସଚିବ ୟୁରିଲ ଲୁବକୋଭିଚ ବି ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି । ମୃତକଙ୍କ ମଧ୍ୟରେ ଅଛନ୍ତି ୨ ଜଣ ଶିଶୁ । ଦୁର୍ଘଟଣାରେ ଆହତ ୨୨ରୁ ଅଧିକ ଲୋକଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଘନକୁହୁଡ଼ି ଯୋଗୁ ଏହି ଦୁର୍ଘଟଣା ଘଟିଥିବା କୁହାଯାଇଛି । ସେମାନଙ୍କ ମଧ୍ୟରେ କେତେକ ଶିଶୁ ଥିବା ସୂଚନା ମିଳିଛି ।
“The eyes believe themselves, the ears believe other people.”
More Stories
ରାତିରେ ହଇରାଣ କରୁଛି କି ଆପଣଙ୍କ ଶିଶୁ
ଖୋଲିଲା ବିପୁଳ ନିଯୁକ୍ତି ସୁଯୋଗ
ପେନସନ୍ ଭୋଗୀଙ୍କ ପାଇଁ ଆସିଲା ବଡ ଖବର