ସେନା ଅଧିକାରୀ ଖାଇଗଲେ ଦେଶର ଟଙ୍କା । ୟୁକ୍ରେନରେ ଅସ୍ତ୍ର କିଣାରେ ବ୍ୟାପକ ଘୋଟାଲା । ୟୁକ୍ରେନରେ ସେନା ପାଇଁ ଅସ୍ତ୍ରଶସ୍ତ୍ର କିଣିବାରେ ପ୍ରାୟ ୪୦ ନିୟୁତ ଡଲାରର ଦୁର୍ନୀତିର ପର୍ଦାଫାସ ହୋଇଛି । ଏହି ସ୍କାମରେ ୟୁକ୍ରେନ ପ୍ରତିରକ୍ଷା ମନ୍ତ୍ରଣାଳୟ ଏବଂ ସେନାର ବହୁ ବରିଷ୍ଠ ଅଧିକାରୀ ଜଡିତ ଅଛନ୍ତି । ସନ୍ଦେହ ଆଧାରରେ ୫ ଜଣଙ୍କୁ ନୋଟିସ ଜାରି କରାଯାଇଥିବାବେଳେ ଜଣେ ସନ୍ଦିଗ୍ଧଙ୍କୁ ଗିରଫ ମଧ୍ୟ କରାଯାଇଛି । ଫେବୃଆରୀରେ ରୁଷ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧକୁ ତିନି ବର୍ଷ ପୂରଣ ହେବ । ଆଜି ବି ଏହି ଯୁଦ୍ଧ ନିରନ୍ତର ଜାରି ରହିଛି । ଉଭୟ ଦେଶ କ୍ରମାଗତ ଭାବରେ ପରସ୍ପର ଉପରେ ଆକ୍ରମଣ କରୁଛନ୍ତି ଯେଉଁଥିପାଇଁ ଉଭୟ ଦେଶ ବ୍ୟାପକ କ୍ଷୟକ୍ଷତିର ସମ୍ମୁଖୀନ ହୋଇଛନ୍ତି । ତେବେ ଏହି ଯୁଦ୍ଧରେ ରୁଷର ପଲା ଭାରି ରହିଛି । ଆମେରିକା ସମେତ ଅନେକ ଦେଶରୁ ୟୁକ୍ରେନ ସମର୍ଥନ ଦେଇ ଥିବାବେଳେ ରୁଷ ଏକାକୀ ଯୁଦ୍ଧ କରୁଛି । ତେବେ ଏହି ସଂଗ୍ରାମରେ ୟୁକ୍ରେନ ବହୁ ଜନଜୀବନ ଏବଂ ସମ୍ପତ୍ତି ହରାଇଛି ।
More Stories
ଚିକେନ୍ ନୁହେଁ ସ୍ତ୍ରୀର ମାଂସକୁ ସିଝାଇଲେ କୁକୁରରେ
ଲାଗୁ ହେଲା ଅଷ୍ଟମ ବେତନ ଆୟୋଗ, ଜାଣନ୍ତୁ କେତେ ବଢିବ ଦରମା
ଗଣତନ୍ତ୍ର ଦିବସ ପାଇଁ ଦିଲ୍ଲୀରେ ସ୍ପେଶାଲ ଟ୍ରାଫିକ୍ ବ୍ୟବସ୍ଥା