September 15, 2025
IAF's C-17 aircraft for bring back Indians

ୟୁକ୍ରେନରୁ ଭାରତୀୟଙ୍କୁ ଆଣିବାକୁ ଯିବ ସି-୧୭ ଗ୍ଲୋବମାଷ୍ଟର

ନୂଆଦିଲ୍ଲୀ: ମାର୍ଚ୍ଚ ୦୨: ବଡ ବିପଦ ଆଶଙ୍କାରେ ୟୁକ୍ରେନରେ ଥିବା ଭାରତୀୟ ଯେଉଁମାନେ କିଭରେ ରହୁଛନ୍ତି, ସେମାନଙ୍କୁ ତୁରନ୍ତ ସହର ଛାଡିବାକୁ କହିଛି ଭାରତ। ଏବେ ଭାରତୀୟଙ୍କ ଉଦ୍ଧାର ପାଇଁ ମୋଦିଙ୍କ ନିର୍ଦ୍ଦେଶ ପରେ ୟୁକ୍ରେନ୍ ଯିବାକୁ ତୟାର ହୋଇଛି ବାୟୁସେନା ସି-୧୭ ଗ୍ଲୋବମାଷ୍ଟର ଯୁଦ୍ଧ ବିମାନ । ୟୁକ୍ରେନରେ ଫସିଥିବା ଭାରତୀୟଙ୍କୁ ଫେରାଇ ଆଣିବା ଅଭିଯାନ ହେବ ଜୋରଦାର। ଅପରେସନ୍ ଗଙ୍ଗାରେ ସାମିଲ ହେବ ଭାରତୀୟ ବାୟୁସେନା। ଏହା ସହିତ ଭାରତରୁ ପଠାଯାଉଥିବା ରିଲିଫ୍ ସାମଗ୍ରୀ ସେମାନଙ୍କ ପାଖରେ ଶୀଘ୍ର ପହଞ୍ଚି ପାରିବ। ସୂଚନା ଅନୁସାରେ, ହଙ୍ଗେରୀ, ପୋଲାଣ୍ଡ, ସ୍ଲୋଭାକିଆ ସମେତ ୫ଟି ଦେଶର ନାଗରିକମାନଙ୍କୁ ଦେଶକୁ ଫେରାଇ ଆଣିବା ପାଇଁ ଭାରତ ସରକାର କାର୍ଯ୍ୟ କରୁଛନ୍ତି। ଏ ପର୍ଯ୍ୟନ୍ତ ୬ଟି ବିମାନ ଭାରତୀୟଙ୍କୁ ଆଣିଥିବା ବେଳେ ଏହି ଅଭିଯାନକୁ ତ୍ୱରାନ୍ୱିତ କରିବା ଉଦ୍ଦେଶ୍ୟରେ କେନ୍ଦ୍ର ସରକାର ବାୟୁସେନାକୁ ମଧ୍ୟ ଅନ୍ତର୍ଭୁକ୍ତ କରିବାକୁ ନିଷ୍ପତ୍ତି ନେଇଛନ୍ତି।

SHARE BY