The Topmost

“The eyes believe themselves, the ears believe other people.”

ୟୁକ୍ରେନ ସୈନିକ ପକ୍ଷରୁ ରୁଷକୁ କଡା ଝଟକା

ୟୁକ୍ରେନ ସୈନିକ ପକ୍ଷରୁ ରୁଷକୁ କଡା ଝଟକା । ରୁଷର ଅକ୍ତିଆରରେ ଥିବା ଖାରକିଭ ପ୍ରାନ୍ତର ଇଜିୟମ ସହରରେ ୟୁକ୍ରେନ ସେନା ପ୍ରବେଶ କରିବାରେ ସଫଳ ହୋଇଛି । ଏହାରି ଭିତରେ ରୁଷ ପ୍ରତିରକ୍ଷା ମନ୍ତ୍ରଣାଳୟ ଖାରକିଭରେ ଅସ୍ଥାୟୀ ଭାବେ ନିଜର ସୈନିକଙ୍କୁ ଫେରାଇ ଆଣିଛି । ଏହି ମାମଲାରେ ରୁଷର ଯୁକ୍ତ ଭିନ୍ନ ରହିଛି, କିନ୍ତୁ ମସ୍କୋର ଏହି ନିଷ୍ପତ୍ତି ଯୁଦ୍ଧରେ ନିର୍ଣ୍ଣାୟକ ମୋଡ ନେଇପାରେ । ମାର୍ଚ୍ଚରେ କିଭ୍ ହରାଇବା ପରେ ଏହା ରୁଷ ପାଇଁ ଦ୍ୱୀତୀୟ ସବୁଠୁ ବଡ଼ ଝଟକା ବୋଲି କୁହାଯାଉଛି । ୟୁକ୍ରେନ ଉପରେ ଆକ୍ରମଣ କରିବା ପରେ ରୁଷ ସୈନିକ ଗୋଟିଏ ସପ୍ତାହ ମଧ୍ୟରେ ଖାରକିଭର ଇଜିୟମ ସହରକୁ ଅକ୍ତିଆର କରିଥିଲେ । ଇଜିୟମ ରଣନୈତିକ ଦୃଷ୍ଟିରୁ ଏକ ଗୁରୁତ୍ୱପୂର୍ଣ୍ଣ ସହରୀ ମାର୍ଗ । ରୁଷ ସୈନିକ ଏଠାରୁ ପଛକୁ ହଟିବା ପରେ ୟୁକ୍ରେନ ସହରର କୁପିୟାସ୍କ ରେଲେୱ ଜଙ୍କସନକୁ କବଜା କରିଛନ୍ତି । ଏହାପରେ ରୁଷର ଡୋନାବାସରେ ପହଞ୍ଚିବା ରାସ୍ତା ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଛି । ଏହାପରେ ରୁଷ ସେନା ବିପୁଳ ସଂଖ୍ୟାରେ ଗୋଳା-ବାରୁଦର ଭଣ୍ଡାର ଏବଂ ଉପକରଣକୁ ଛାଡି ଫେରିଛନ୍ତି । ଯାହା ରୁଷ ପାଇଁ ଏକ ବଡ଼ କ୍ଷତି ବୋଲି କୁହାଯାଉଛି ।