ୟୁକ୍ରେନ ଫେରନ୍ତା ଭାରତର ୨୦ ହଜାର ମେଡିକାଲ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ବିପଦରେ । ୟୁକ୍ରେନ ଫେରନ୍ତା ମେଡିକାଲ ଛାତ୍ରଛାତ୍ରୀଙ୍କୁ ଦେଶରେ ପଢିବାକୁ ଅନୁମତି ନାହିଁ । ତେବେ ଏନେଇ ସ୍ପଷ୍ଟ କରିଛନ୍ତି କେନ୍ଦ୍ର ସରକାର । ରାଜ୍ୟସଭାରେ ଏକ ପ୍ରଶ୍ନର ଉତ୍ତର ରଖି କେନ୍ଦ୍ର ସ୍ୱାସ୍ଥ୍ୟ ରାଷ୍ଟ୍ରମନ୍ତ୍ରୀ ଭାରତୀ ପାଓ୍ବାର ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ଇଣ୍ଡିଆନ ମେଡିକାଲ କାଉନସିଲ ଆକ୍ଟ ୧୯୫୬ ଏବଂ ନ୍ୟାସନଲ ମେଡିକାଲ କମିଶନ ଆକ୍ଟ ୨୦୧୯ ଅନୁଯାୟୀ ବିଦେଶର ମେଡିକାଲ କଲେଜରେ ଶିକ୍ଷା ଜାରି ରଖିବାକୁ ଅନୁମତି ଦିଆଯାଇପାରିବ ନାହିଁ । ଜାତୀୟ ମେଡିକାଲ କମିଶନ ମଧ୍ୟ ଏଥିପାଇଁ ଅନୁମତି ଦେଇନାହାନ୍ତି ବୋଲି ସେ କହିଛନ୍ତି । ସେପଟେ କେନ୍ଦ୍ର ସରକାରଙ୍କ ଏଭଳି ସୂଚନା ପରେ ଛାତ୍ରଛାତ୍ରୀଙ୍କୁ ଲାଗିଛି ବଡ ଝଟକା । ଅନ୍ୟପଟେ ଏନେଇ ସୁପ୍ରିମକୋର୍ଟରେ ରିଟ୍ ପିଟିସନ ଦାଖଲ କରିଛନ୍ତି ୟୁକ୍ରେନ ଫେରନ୍ତା ମେଡିକାଲ ଛାତ୍ର ପ୍ରତୀକ ଧଳ । ଭାରତରେ ମେଡିକାଲ କଲେଜରେ ଛାତ୍ରଛାତ୍ରୀଙ୍କୁ ପଢିବା ପାଇଁ ସୁଯୋଗ ଦେବାକୁ ପ୍ରାର୍ଥନା କରିଛନ୍ତି ପ୍ରତୀକ ।
“The eyes believe themselves, the ears believe other people.”
More Stories
ଖୋଲିଲା ବିପୁଳ ନିଯୁକ୍ତି ସୁଯୋଗ
ପେନସନ୍ ଭୋଗୀଙ୍କ ପାଇଁ ଆସିଲା ବଡ ଖବର
ମହାକୁମ୍ଭରେ ଭିଡପାଇଁ 30 ମୃତ, 60 ଆହତ