The Topmost

“The eyes believe themselves, the ears believe other people.”

ହ୍ରାସ ପାଇଲା କମର୍ସିଆଲ ସିଲିଣ୍ଡର ଦର

ମହଙ୍ଗା ମାଡରୁ ମିଳିଲା ଆଶ୍ୱସ୍ତି । ରନ୍ଧନ ଗ୍ୟାସ୍ ଦରରେ ହୋଇଛି ବଡ ହ୍ରାସ । ଦେଶବ୍ୟାପୀ ୧୯ କେଜି କମର୍ସିଆଲ ସିଲିଣ୍ଡରର ଦର ୧୧୫ ଟଙ୍କା ୫୦ ପଇସା ହ୍ରାସ ପାଇଛି । ଦୀପାବଳି ପରେ ମୁଦ୍ରାସ୍ଫୀତିରୁ ମୁକ୍ତି ଖବର ସାମ୍ନାକୁ ଆସିଛି । ବାସ୍ତବରେ, ଏଲପିଜି ସିଲିଣ୍ଡରର ମୂଲ୍ୟ ହ୍ରାସ କରାଯାଇଛି । ଏଲପିଜି ଗ୍ୟାସ ସିଲିଣ୍ଡର ଆଜିଠାରୁ ୧୧୫ ଟଙ୍କା ଶସ୍ତା ହୋଇଛି । ତେବେ ସାରା ଦେଶରେ ଏଲପିଜିର ବାଣିଜ୍ୟିକ ସିଲିଣ୍ଡର ମୂଲ୍ୟରେ ଏହି ହ୍ରାସ କରାଯାଇଛି । ବର୍ତ୍ତମାନ ଘରୋଇ ସିଲିଣ୍ଡର ମୂଲ୍ୟରେ କୌଣସି ପରିବର୍ତ୍ତନ ହୋଇନାହିଁ । ଏହି ସିଲିଣ୍ଡର ମୂଲ୍ୟରେ ଶେଷ ପରିବର୍ତ୍ତନ ଜୁଲାଇ ୬ ରେ ହୋଇଥିଲା ।