ୟୁକ୍ରେନ ବିରୋଧରେ ଋଷ ଓ ବେଲାଋଷର ସମରସଜ୍ଜା । ଦୁଇ ଦେଶ ପକ୍ଷରୁ ଆରମ୍ଭ ହୋଇଛି ମିଳିତ ବାୟୁସେନା ଡ୍ରିଲ । ଫଳରେ ୟୁକ୍ରେନ ଉପରେ ଆକ୍ରମଣ ଅଧିକ ଘନୀଭୂତ ହେବା ଆଶଙ୍କା କରାଯାଉଛି । ଏହି ଡ୍ରିଲରେ ସାମରିକ ସରଞ୍ଜାମ ଓ ଅସ୍ତ୍ରଶସ୍ତ୍ରର ପ୍ରଦର୍ଶନ କରାଯାଇଛି । ସେପଟେ ବେଲାଋଷ ସରକାର କହିଛନ୍ତି ଏହି ଡ୍ରିଲ ଆତ୍ମରକ୍ଷାମୂଳକ । ପୂର୍ବରୁ ବି ବହୁଥର ବେଲାଋଷ ପକ୍ଷରୁ ଏହି ଧରଣର ଡ୍ରିଲ କରାଯାଇଛି । ଗତ କିଛି ଦିନ ମଧ୍ୟରେ ବେଲାଋଷକୁ ବହୁ ସଂଖ୍ୟକ ଲଢୁଆ ବିମାନ, ହେଲିକପ୍ଟର, କାର୍ଗୋ ପ୍ଲେନ ଆସିଥିବା ସୂଚନା ମିଳିଛି । ତେଣେ ଋଷର ବାୟୁ ସେନାର ସୈନିକମାନେ ବେଲାଋଷରେ ବି ପହଞ୍ଚିବାରେ ଲାଗିଛନ୍ତି । ଏହି ଡ୍ରିଲରେ ବେଲାଋଷର ସମସ୍ତ ଏୟାରଫିଲଡ, ଟ୍ରେନିଂ ଗ୍ରାଉଣ୍ଡ, ଏୟାର ଡିଫେନ୍ସ ଫୋର୍ସ ଆଦିକୁ ସାମିଲ କରାଯାଇଛି । ଦେଶ ଉପରେ କୌଣସି ପ୍ରକାର ଆକ୍ରମଣ କିମ୍ବା ଦେଶର ସୀମା ଉପରେ ଆତଙ୍କୀ ହମଲା ବିରୋଧରେ ଦେଶ ପ୍ରସ୍ତୁତ ରହିଛି ବୋଲି କହିଛି ବେଲାଋଷ ।
More Stories
ଲାଗୁ ହେଲା ଅଷ୍ଟମ ବେତନ ଆୟୋଗ, ଜାଣନ୍ତୁ କେତେ ବଢିବ ଦରମା
ଗଣତନ୍ତ୍ର ଦିବସ ପାଇଁ ଦିଲ୍ଲୀରେ ସ୍ପେଶାଲ ଟ୍ରାଫିକ୍ ବ୍ୟବସ୍ଥା
2025 ରିପବ୍ଲିକ୍ ଡେ ହାଇଲାଇଟ୍ସ୍