The Topmost

“The eyes believe themselves, the ears believe other people.”

ହୁରୁନ୍‌ ଇଣ୍ଡିଆ ଧନୀ ତାଲିକାରେ ଓଡ଼ିଶାର ବିଶିଷ୍ଟ ଶିଳ୍ପପତି

‘ହୁରୁନ୍ ଇଣ୍ଡିଆ ଧନୀ ତାଲିକା ୨୦୨୩’ରେ ସ୍ଥାନ ପାଇଲେ ଏକମାତ୍ର ଓଡ଼ିଆ । ଏକମାତ୍ର ଓଡ଼ିଆ ଭାବରେ,ସମ୍ମାନଜନକ ‘ହୁରୁନ୍ ଇଣ୍ଡିଆ ଧନୀ ତାଲିକା ୨୦୨୩’ରେ ସ୍ଥାନ ପାଇଛନ୍ତି ବିଶିଷ୍ଟ ଶିଳ୍ପପତି ତାରା ରଞ୍ଜନ ପଟ୍ଟନାୟକ । ଏହି ପତ୍ରିକା ତରଫରୁ ବିଶିଷ୍ଟ ବ୍ୟକ୍ତି ଓ କମ୍ପାନିମାନଙ୍କ ସଫଳତାକୁ ନେଇ ପ୍ରତିବର୍ଷ ଏକ ବାର୍ଷିକ ବିଶେଷାଙ୍କ ପ୍ରକାଶ ପାଇଥାଏ । ଯେଉଁଥିରେ ସ୍ଥାନ ପାଉଥିବା ବ୍ୟକ୍ତି ଓ କମ୍ପାନିମାନଙ୍କୁ, ସେମାନଙ୍କ ସାମଗ୍ରିକ ବିକାଶ ଓ ଲାଭକୁ ଦୃଷ୍ଟିରେ ରଖି ବଛା ଯାଇଥାଏ । ଚଳିତ ବର୍ଷ ପତ୍ରିକାର ଧନୀ ତାଲିକାରେ ସ୍ଥାନ ପାଇଥିବା ପ୍ରସିଦ୍ଧ ବ୍ୟକ୍ତିଙ୍କ ଭିତରେ ବିଶିଷ୍ଟ ଶିଳ୍ପପତି ମୁକେଶ ଅମ୍ବାନୀ, ଗୌତମ ଆଦାନୀ, ସାଇରସ୍ ପୁନାୱାଲା, ଶିବ୍‌ ନାଦାର ଓ ଗୋପୀଚାନ୍ଦ ହିନ୍ଦୁଜା ଅଛନ୍ତି । ଶ୍ରୀ ପଟ୍ଟନାୟକ ଚଳିତବର୍ଷ ଧନୀ ତାଲିକାର ୫୭୨ତମ ସ୍ଥାନରେ ଅଛନ୍ତି । ନିଜ ବ୍ୟବସାୟ ପ୍ରତି ନିଷ୍ଠାପରତା ଏବଂ କମ୍ପାନିର କାରବାର ବୃଦ୍ଧି ଦିଗରେ ତାଙ୍କର ନୀତିନିଷ୍ଠ ଚିନ୍ତାଧାରା ଯୋଗୁଁ ଏଥର ପୁଣିଥରେ ଶିଳ୍ପପତି ତାରା ରଞ୍ଜନ ପଟ୍ଟନାୟକ ଏହି ତାଲିକାରେ ସ୍ଥାନ ପାଇବାରେ ସଫଳ ହୋଇଛନ୍ତି ।