ହୀରାକୁଦରେ ୩୨ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ ହେଉଛି । ତେବେ ଆଜି ୮ଟି ସ୍ଲୁଇସ୍ ଗେଟ୍ ବନ୍ଦ ହୋଇଥିବାବେଳେ କମୁଛି ଜଳସ୍ତର । ହୀରାକୁଦ ଉପର ମୁଣ୍ଡରେ ବର୍ଷାର ପରିମାଣ କମିଥିବାରୁ ହୀରାକୁଦ ଜଳ ଭଣ୍ଡାରକୁ କମିଛି ବନ୍ୟାଜଳ ପ୍ରବେଶର ମାତ୍ରା । ମଧ୍ୟାହ୍ନ ୧୨ଟା ସୁଦ୍ଧା ୬୨୪.୩୧ ଫୁଟରେ ରହିଛି ହୀରାକୁଦର ଜଳସ୍ତର । ଡ୍ୟାମ ଭିତରକୁ ପ୍ରତି ସେକେଣ୍ଡରେ ୪ ଲକ୍ଷ ୬୩ ହଜାର ୭୭୧ଘନଫୁଟ ବନ୍ୟାଜଳ ପ୍ରବେଶ କରୁଛି । ଏବଂ ୬ ଲକ୍ଷ ୭୩ ହଜାର ୬୫୪ ଘନଫୁଟ ବନ୍ୟାଜଳ ନିଷ୍କାସନ କରାଯାଉଛି ।
More Stories
ଡାକ୍ତରଙ୍କ ମନମୁଖି ଓପିଡି ବନ୍ଦ ଘୋଷଣା
ନବଜାତକଙ୍କ ପାଇଁ ସରକାରୀ ଟୀକା କେତେ ଜରୁରୀ
CSM Synapse 4.0 ରେ ଜିତିଲେ କିଟ୍ ଇଣ୍ଟରନ୍ୟାସନାଲ୍ ସ୍କୁଲ୍