କିଏ ହେବ ମୁଖ୍ୟମନ୍ତ୍ରୀ, ବହୁମତ ପାଇବା ପରେ ହିମାଚଳପ୍ରଦେଶରେ ବଢୁଛି କଂଗ୍ରେସର ଅଡୁଆ । ମୁଖ୍ୟମନ୍ତ୍ରୀ ପଦରେ କିଏ ବସିବ, ଏହାକୁ ନେଇ କଂଗ୍ରେସ ବିଧାୟକଙ୍କ ମଧ୍ୟରେ ସହମତି ହୋଇପାରୁ ନାହିଁ । ହିମାଚଳପ୍ରଦେଶରେ ସରକାର ଗଠନ ପାଇଁ ବହୁମତ ପାଇବା ପରେ କଂଗ୍ରେସର ଅଡୁଆ ବଢିଛି । ଗତକାଲି ମୁଖ୍ୟମନ୍ତ୍ରୀ ବାଛିବା ପାଇଁ ସିମଲାରେ ଦଳ ପକ୍ଷରୁ ନବନିର୍ବାଚିତ ବିଧାୟକଙ୍କ ବୈଠକ ହୋଇଥିଲା । ବିଧାୟକ ଦଳ ବୈଠକରେ ମୁଖ୍ୟମନ୍ତ୍ରୀ ଭାବେ କୌଣସି ନେତାଙ୍କ ନାଁରେ ସମସ୍ତେ ଏକମତ ନ ହେବାରୁ ସମସ୍ୟା ବଢିଛି । ତେଣୁ ବିଧାୟକ ଦଳ ବୈଠକରେ ପ୍ରସ୍ତାବ ପାରିତ କରାଯାଇଛି, ହିମାଚଳ ମୁଖ୍ୟମନ୍ତ୍ରୀ କିଏ ହେବ, ତାହାର ନିଷ୍ପତ୍ତି କଂଗ୍ରେସ ହାଇକମାଣ୍ଡ ନେବେ । କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ଭୁପେନ୍ଦ୍ର ସିଂ ହୁଡ୍ଡା, ରାଜ୍ୟ ପ୍ରଭାରୀ ରାଜୀବ ଶୁକ୍ଲା ଓ ଛତିଶଗଡ ମୁଖ୍ୟମନ୍ତ୍ରୀ ଭୁପେଶ ବଘେଲ ବିଧାୟକଙ୍କ ସହ ୱାନ ଟୁ ୱାନ ଆଲୋଚନା କରି ମତାମତ ନେଇଛନ୍ତିା କୁହାଯାଉଛି କଂଗ୍ରେସ ହାଇକମାଣ୍ଡଙ୍କୁ ଆଜି ସେମାନେ ରିପୋର୍ଟ ଦେବେ । ଆଉ ରିପୋର୍ଟରେ ମୁଖ୍ୟମନ୍ତ୍ରୀ ରେସରେ ଥିବା ୩ ଜଣଙ୍କ ନାଁ ସୁପାରିଶ କରାଯିବ ।
“The eyes believe themselves, the ears believe other people.”
More Stories
ତହବୁର ରାଣାକୁ ଘନ ଘନ ଜେରା
ବିଜେପିର ନୂଆ ସଭାପତି ହେଲେ ନୈନାର ନାଗେନ୍ଦ୍ରନ୍
ବହୁ ଚେଷ୍ଟା ପରେ ବି ବଦଳେନାହିଁ ସ୍ବାମୀ ସ୍ତ୍ରୀଙ୍କର ଏହି ଗୁଣ