ହିମାଚଳ ପ୍ରଦେଶ ପାଣିପାଗରେ ପରିବର୍ତ୍ତନ । କିଛି ଅଞ୍ଚଳରେ ବର୍ଷା ଜାରି ରହିଥିବା ଦେଖିବାକୁ ମିଳିଛି । ସେହିଭଳି ବରଫପାତ ମଧ୍ୟ ଜାରି ରହିଛି । ବରଫପାତକୁ ଆଖିରେ ରଖି ଜାତୀୟ ରାଜପଥ ବର୍ତ୍ତମାନ ସମୟରେ ବନ୍ଦ ରହିଛି । କୋଲାଙ୍ଗରୁ ଦାରଚା ଯାଏଁ ଗାଡି ଯିବା ଆସିବା ଉପରେ ରୋକ ଲାଗିଛି । କେଲାଙ୍ଗରେ ତାପମାତ୍ରା ୦.୫ ଡିଗ୍ରୀ ରେକର୍ଡ ହୋଇଛି । ଲାହୋଲ ସ୍ଫିତିକୁ ଛାଡିଦେଲେ ରୋହତାଙ୍ଗ, ସିଙ୍କୁଲା କୁଞ୍ଜମ ସହ ଅନେକ ସ୍ଥାନରେ ବରଫପାତ ଜାରିରହିଛି । ରବିବାର ସାରାଦିନ ବରଫପାତ ଦେଖିବାକୁ ମିଳିଥିଲା । ପାଣିପାଗ ବିଭାଗ ପାଞ୍ଚ ଦିନ ଯାଏ ଏହିଭଳି ପାଗ ଲାଗିରହିବା ନେଇ ଅନୁମାନ କରିଛି । କିଛି ସ୍ଥାନରେ ଏହି ସମୟରେ ପ୍ରବଳ ବର୍ଷା ନେଇ ମଧ୍ୟ ସମ୍ଭାବନା ରହିଛି ।
“The eyes believe themselves, the ears believe other people.”
More Stories
ଅତ୍ୟଧିକ ଆମ୍ବ ଖାଇଲେ ହୋଇଥାଏ ଏହି ସମସ୍ୟା
ଶ୍ରବଣ ଓ ବାକ୍ ଶକ୍ତିର ଅସୁବିଧା ପାଇଁ ଗୋଟିଏ ସମାଧାନ
ସୋନିଆ ଓ ରାହୁଲଙ୍କ ସମ୍ପତ୍ତି ଜବତ କଲା ଇଡି