The Topmost

“The eyes believe themselves, the ears believe other people.”

ହାଥମ୍-ବିନ୍-ତାରିକ୍ ଙ୍କ ଗୁରୁତ୍ବପୂର୍ଣ୍ଣ ଭାରତ ଗସ୍ତ

ଓମାନର ସୁଲତାନ ହାଥମ୍-ବିନ୍-ତାରିକ୍ ଖୁବ୍ ଶୀଘ୍ର ଭାରତ ଗସ୍ତ କରିବାକୁ ଯାଉଛନ୍ତି । ଏହି ଗସ୍ତକୁ ଅତ୍ୟନ୍ତ ସ୍ୱତନ୍ତ୍ର ବୋଲି ବର୍ଣ୍ଣନା କରାଯାଉଛି କାରଣ ଇସ୍ରାଏଲ ଏବଂ ହମାସ ମଧ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ ଏହା ହେଉଛି କୌଣସି ଆରବ ରାଷ୍ଟ୍ରମୁଖ୍ୟଙ୍କ ପ୍ରଥମ ଭାରତ ଗସ୍ତ । ଆମର ସମସ୍ତ ପଡୋଶୀ ଦେଶ ମଧ୍ୟରେ, ଆରବ ଗଲ୍ଫର କିଛି ଦେଶ ଅତ୍ୟନ୍ତ ସ୍ୱତନ୍ତ୍ର । ଏହି ଦେଶ ମଧ୍ୟରୁ ଗୋଟିଏ ହେଉଛି ଓମାନ । ଯାହାର ସୁଲତାନ ହାଥମ୍ ବିନ୍ ତାରିକ୍ ଖୁବ୍ ଶୀଘ୍ର ଭାରତ ଗସ୍ତରେ ଆସିବାକୁ ଯାଉଛନ୍ତି । ଏହି ଯାତ୍ରା ଏହି ମାସ ଅର୍ଥାତ ଡିସେମ୍ବରର ଦ୍ଵିତୀୟାର୍ଦ୍ଧରେ ହୋଇପାରେ । ଅର୍ଥାତ ୧୫-୧୬ ଡିସେମ୍ବର ମଧ୍ୟରେ ହୋଇପାରେ ।  ଜି -20 ସମ୍ମିଳନୀରେ ଓମାନ ଭାରତର ଅତିଥି ଦେଶ ଭାବରେ  ଥିଲା, କିନ୍ତୁ, ଓମାନ ସୁଲତାନ ସେତେବେଳେ ଭାରତ ଗସ୍ତରେ ଆସିପାରିନଥିଲେ। ଜି -20 ବୈଠକର ଅନୁପସ୍ଥିତିକୁ ଏହି ଗସ୍ତ ସହିତ ଯୋଡି ଦେଖିଲେ ଏହି ଯାତ୍ରା ସୁଲତାନଙ୍କ ପାଇଁ କ୍ଷତିପୂରଣ ବୋଲି କୁହାଯାଉଛି ।

SHARE BY