ହରିୟାଣା ନୁହରେ ଭୟଙ୍କର ପରିସ୍ଥିତି । ହରିୟାଣା ନୁହରେ ହିଂସା ପରେ ବୁଲଡୋଜର ଆକ୍ସନ । ତିନି ଦିନ ଧରି ନୁହ ଓ ଆଖପାଖ ଅଞ୍ଚଳରେ ପ୍ରଶାସନ ପକ୍ଷରୁ ଜବରଦଖଲ ଉଚ୍ଛେଦ କାର୍ଯ୍ୟ ଜୋରଦାର ଚାଲିଛି । ଧାର୍ମିକ ଶୋଭାଯାତ୍ରା ବେଳେ ଏକ ହୋଟେଲ ଉପରୁ ପଥର ମାଡ଼ କରାଯାଇଥିବା ଜଣାପଡ଼ିବା ପରେ ନୁହରେ ଥିବା ଏକ ବହୁତଳ ବିଶିଷ୍ଟ ହୋଟେଲକୁ ଭାଙ୍ଗି ଦିଆଯାଇଛି । ନୁହ ଓ ଏହାର ଆଖପାଖରେ ଅନେକ ଦୋକାନ ଓ ଘରକୁ ପ୍ରଶାସନ ଭାଙ୍ଗି ଦେଇଛି । ସାମ୍ପ୍ରଦାୟିକ ହିଂସାରେ ସମ୍ପୃକ୍ତି ଥିବା ସନ୍ଦେହରେ ପ୍ରଶାସନ ପକ୍ଷରୁ ଜବରଦଖଲ ଉଚ୍ଛେଦ କରାଯାଉଛି । ନୁହ ଗୋଷ୍ଠୀ ସଂଘର୍ଷରେ ଏବେ ସୁଦ୍ଧା ୧୦୬ ମାମଲା ରୁଜୁ ହୋଇଥିବା ବେଳେ ୨୧୬ ଜଣଙ୍କୁ ଗିରଫ କରାଯାଇଛି । ସେପଟେ ଆଜି ନୁହରେ ଏକ ଗୋଷ୍ଠୀ ପକ୍ଷରୁ ମହାପଞ୍ଚାୟତର ଆୟୋଜନ କରାଯାଇଛି । ପ୍ରାୟ ୧ ହଜାର ଲୋକଙ୍କ ସମାଗମ ହେବା ସମ୍ଭାବନା ରହିଥିବାରୁ ପୋଲିସ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ।
More Stories
ଲାଗୁ ହେଲା ଅଷ୍ଟମ ବେତନ ଆୟୋଗ, ଜାଣନ୍ତୁ କେତେ ବଢିବ ଦରମା
ଗଣତନ୍ତ୍ର ଦିବସ ପାଇଁ ଦିଲ୍ଲୀରେ ସ୍ପେଶାଲ ଟ୍ରାଫିକ୍ ବ୍ୟବସ୍ଥା
2025 ରିପବ୍ଲିକ୍ ଡେ ହାଇଲାଇଟ୍ସ୍