The Topmost

“The eyes believe themselves, the ears believe other people.”

ହର ଘର ତିରଙ୍ଗା କାର୍ଯ୍ୟକ୍ରମ

ଦେଶର ୨୦ କୋଟି ଘର ଉପରେ ଉଡିବ ଜାତୀୟ ପତାକା । ୭୫ ତମ ସ୍ୱାଧୀନତା ଦିବସ ଅବସରରେ ଏଭଳି ଯୋଜନା କରିଛନ୍ତି କେନ୍ଦ୍ର ସରକାର । ହର ଘର ତିରଙ୍ଗା କାର୍ଯ୍ୟକ୍ରମ ଅଧିନରେ ଆସନ୍ତା ଅଗଷ୍ଟ ୧୩ ତାରିଖରୁ ୧୫ ତାରିଖ ତିନି ଦିନ ୨୦ କୋଟି ଘରେ ତିରଙ୍ଗା ପତାକା ଉଡାଇବାକୁ ଟାର୍ଗେଟ ନିଆଯାଇଛି । ଗୃହମନ୍ତ୍ରୀ ଅମିତ ଶାହ ରବିବାର ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟମନ୍ତ୍ରୀମାନଙ୍କ ସହ ଭିଡିଓ କନଫେରେନ୍ସିଂ ମାଧ୍ୟମରେ ଆଲୋଚନା କରିଛନ୍ତି । ଏହି କାର୍ଯ୍ୟକ୍ରମକୁ ସଫଳ କରିବାରେ ରାଜ୍ୟମାନଙ୍କୁ ଗୁରୁତ୍ୱ ଦେବାକୁ କୁହାଯାଇଛି । ପ୍ରଥମଥର ପାଇଁ ଜନସାଧାରଣଙ୍କ ମନରେ ଦେଶପ୍ରେମ ବଢାଇବା ପାଇଁ ଏଭଳି ଯୋଜନା କରାଯାଇଥିବା କହଛନ୍ତି ଗୃହମନ୍ତ୍ରୀ ଅମିତ ଶାହ । ଏଥିସହ ଅଗଷ୍ଟ ୧୧ ରୁ ୧୪ ମଧ୍ୟରେ ସକାଳୁ ସବୁ ଗାଁରେ ରାଜନୈତିକ ଦଳ, ସରକାରୀ ଅଫିସ ଏବଂ ଏନଜିଓମାନଙ୍କୁ ନେଇ ପ୍ରଭାତ ଫେରି କରିବାକୁ କୁହାଯାଇଛି । ଗୃହମନ୍ତ୍ରୀ ସମସ୍ତ ସରକାରୀ ୱେବ୍ ସାଇଟର ହୋମ ପେଜରେ ଜୁଲାଇ ୨୨ ତାରିଖରୁ ତିରଙ୍ଗା ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏଥିସହ ଦେଶର ସମସ୍ତ ନାଗରିକମାନଙ୍କୁ ସେମାନଙ୍କ ଫେସବୁକ, ଟୁଇଟର, ଇନଷ୍ଟଗ୍ରାମ ଆକାଉଣ୍ଟରେ ତିରଙ୍ଗା ଫଟୋ ରଖିବାକୁ ଅନୁରୋଧ କରିଛନ୍ତି । ଆଜାଦୀ କା ଅମ୍ରିତ ମହୋତ୍ସବର ଏକ ଅଂଶ ଭାବେ ଏହି କାର୍ଯ୍ୟକ୍ରମ ହାତକୁ ନିଆଯାଇଥିବା ଗୃହମନ୍ତ୍ରୀ ଅମିତ ଶାହ କହିଛନ୍ତି ।