ପଣବନ୍ଦୀଙ୍କୁ ହତ୍ୟା କରୁଛି ହମାସ । ଏନେଇ ଆସିଲା ଚାଞ୍ଚଲ୍ୟକର ଖବର । ଗତ ଅକ୍ଟୋବର ୭ରେ ହମାସ ଦ୍ବାରା ଅପହୃତ ଜଣେ ମହିଳାଙ୍କ ଶବକୁ ପାଇଛନ୍ତି ଇସ୍ରାଏଲ ବାହିନୀ । ସେହି ମହିଳାଙ୍କ ନାମ ୟେହୁଦିତ ଓ୍ବେସ ଏବଂ ତାଙ୍କର ବୟସ ୬୫ ବର୍ଷ । ତାଙ୍କର ୫ ଜଣ ସନ୍ତାନ ଅଛନ୍ତି । ସେ ଏକ କିଣ୍ଡରଗାର୍ଟନରେ କାର୍ଯ୍ୟ କରୁଥିଲେ । ଦକ୍ଷିଣ ଇସ୍ରାଏଲର କିବୁଜ ଅଞ୍ଚଳରୁ ତାଙ୍କୁ ହମାସ ଆତଙ୍କବାଦୀ ଅପହୃତ କରିଥିଲେ । ଶିଫା ହସ୍ପିଟାଲ ନିକଟରୁ ତାଙ୍କ ଶବ ମିଳିଛି । ଇସ୍ରାଏଲ ବାହିନୀ ଠିକ୍ ସମୟରେ ସେହି ସ୍ଥାନରେ ପହଞ୍ଚି ନପାରିବାରୁ ହମାସ ଆତଙ୍କବାଦୀମାନେ ତାଙ୍କୁ ହତ୍ୟା କରିଥିଲେ ବୋଲି କୁହାଯାଇଛି । ପୂର୍ବରୁ ତାଙ୍କ ସ୍ବାମୀଙ୍କୁ ତାଙ୍କ ଘରେ ହମାସ କର୍ମୀ ହତ୍ୟା କରିଥିଲେ । ହମାସ ଦ୍ବାରା ଅପହୃତ ୨୪୦ ବ୍ୟକ୍ତି ମଧ୍ୟରେ ଅନ୍ୟତମ ଥିଲେ ଓ୍ବେସ । ବର୍ତ୍ତମାନ ଅଲ ଶିଫା ହସ୍ପିଟାଲକୁ ଆଇଡିଏଫ ବୁଲଡୋଜର ସାହାଯ୍ୟରେ ଅକ୍ତିଆର କରିବା ସହ ବିଭିନ୍ନ ସ୍ଥାନରେ ସର୍ଚ୍ଚ ଅପରେସନ ଜାରି ରଖିଛନ୍ତି।
“The eyes believe themselves, the ears believe other people.”
More Stories
ଖୋଲିଲା ବିପୁଳ ନିଯୁକ୍ତି ସୁଯୋଗ
ପେନସନ୍ ଭୋଗୀଙ୍କ ପାଇଁ ଆସିଲା ବଡ ଖବର
ମହାକୁମ୍ଭରେ ଭିଡପାଇଁ 30 ମୃତ, 60 ଆହତ