The Topmost

“The eyes believe themselves, the ears believe other people.”

ହକି ଷ୍ଟାରଙ୍କୁ ଦେଢ କୋଟି କ୍ୟାସ ଆୱାର୍ଡ ଘୋଷଣା

ଓଡ଼ିଶାର ସୁନାପୁଅ ଅମିତ ରୋହିଦାସଙ୍କୁ ନବୀନଙ୍କ ଉପହାର । ହକି ଷ୍ଟାର ଅମିତ ରୋହିଦାସଙ୍କୁ ଦେଢ କୋଟି କ୍ୟାସ ଆୱାର୍ଡ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଶୁକ୍ରବାର ଭାରତୀୟ ହକି ଟିମ ଏସିଆନ ଗେମସରେ ଗୋଲ୍ଡ ମେଡାଲ ଜିତିଥିଲା। ଡିଫେଣ୍ଡର ଅମିତ ରୋହିଦାସଙ୍କ ଗୋଲ କମାଲ କରିଥିଲା। ୫-୧ରେ ଜାପାନକୁ ପରାସ୍ତ କରି ଭାରତ ସ୍ବର୍ଣ୍ଣ ପଦକ ଜିତିଥିଲା। ତେବେ ଭାରତୀୟ ପୁରୁଷ ହକି ଦଳ ଏସିଆନ ଗେମ୍ସରେ ସ୍ବର୍ଣ୍ଣ ଜିତି ଦେଶର ଗୌରବକୁ ବଢ଼ାଇଥିବା ବେଳେ ଟିମକୁ ଶୁଭେଚ୍ଛା ଜଣାଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହାସହ ଓଡ଼ିଆ ଷ୍ଟାର ଅମିତ ରୋହିଦାସଙ୍କୁ ଅଭିନନ୍ଦନ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ । ଏହାସହ ମୁଖ୍ୟମନ୍ତ୍ରୀ କହିଛନ୍ତି କି, ଅମିତଙ୍କ ପ୍ରଦର୍ଶନ ଯୁବପିଢି ଲାଗି ଏକ ପ୍ରେରଣା ।