The Topmost

“The eyes believe themselves, the ears believe other people.”

ହକି ବିଶ୍ବକପ୍ ପାଇଁ ଗଡିବ ଦୁଇଟି ସ୍ବତନ୍ତ୍ର ଟ୍ରେନ୍

ହକି ବିଶ୍ବକପ୍ ପାଇଁ ଗଡିବ ଦୁଇଟି ସ୍ବତନ୍ତ୍ର ଟ୍ରେନ୍ । ହକି ପୁରୁଷ ବିଶ୍ୱକପ୍‌-୨୦୨୩ ପାଇଁ ଯାତ୍ରୀଙ୍କ ଚାହିଦା, ଅତିରିକ୍ତ ଭିଡ଼ ଏବଂ ରେଳ ଯାତ୍ରୀଙ୍କୁ ଉତ୍ତମ ଯାତ୍ରା ସୁବିଧା ଯୋଗାଇଦେବାକୁ ପୂର୍ବତଟ ରେଳପଥ ଏଭଳି ନିଷ୍ପତ୍ତି ନେଇଛି । ତେଣୁ ହକି ପ୍ରେମୀଙ୍କ ପାଇଁ ଦୁଇଟି ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରିବ । ଭୁବନେଶ୍ୱର-ରାଉରକେଲା ସ୍ପେସାଲ(୦୨୮୩୪) ଭୁବନେଶ୍ୱରରୁ ଜାନୁଆରି ୧୪ରୁ ୩୦ ମଧ୍ୟରେ ପ୍ରତି ସୋମବାର, ବୁଧବାର, ଗୁରୁବାର ଓ ଶନିବାର ରାତି ୮ଟା ୨୫ରେ ରାଉରକେଲା ଅଭିମୁଖେ ଯାତ୍ରା କରିବ । ଫେରିବା ପାଇଁ ରାଉରକେଲା-ଭୁବନେଶ୍ୱର ସ୍ପେସାଲ(୦୨୮୩୩) ରାଉରକେଲାରୁ ଜାନୁଆରି ୧୫ରୁ ୩୧ ମଧ୍ୟରେ ପ୍ରତି ମଙ୍ଗଳବାର, ଗୁରୁବାର, ଶୁକ୍ରବାର ଓ ରବିବାର ରାତି ୧୧ଟା ୨୫ରେ ଭୁବନେଶ୍ୱର ଅଭିମୁଖେ ଯାତ୍ରା କରିବ । ଏହି ଟ୍ରେନରେ ଗୋଟିଏ ଏସି-୨ ଟାୟାର, ତିନିଟି ଏସି-୩ ଟାୟାର, ୮ଟି ସ୍ଲିପର କ୍ଲାସ, ୪ଟି ଦ୍ୱିତୀୟ ଶ୍ରେଣୀ ସିଟିଙ୍ଗ୍‌ ଓ ଦୁଇଟି ଗାର୍ଡ ତଥା ଲଗେଜ୍ ଭ୍ୟାନ୍ ଉପଲବ୍ଧ ହେବ । ଏହା କଟକ, ଢେଙ୍କାନାଳ, ତାଳଚେର ରୋଡ, ଅନୁଗୁଳ, ସମ୍ବଲପୁର ସିଟି ଓ ଝାରସୁଗୁଡା ମଧ୍ୟରେ ରହିବ ।