କଳିଙ୍ଗରେ ହେବ କଡ଼ା ଟକ୍କର । ଆଜି ଖେଳାଯିବ ୨ଟି କ୍ରସ ଓଭର ମ୍ୟାଚ୍ । ଅପରାହ୍ମ ସାଢେ ୪ଟାରେ ଜର୍ମାନୀ-ଫ୍ରାନ୍ସ ମଧ୍ୟରେ ହେବ ମୁକାବିଲା । ସେହିପରି ସନ୍ଧ୍ୟା ୭ଟାରେ ଆର୍ଜେଣ୍ଟିନା-କୋରିଆ ମଧ୍ୟରେ କ୍ରସ ଓଭର ଟକ୍କର। ଆଜି କ୍ରସ ଓଭର ଟକ୍କର ଶେଷ ହେବ । କାଲିଠୁ ଆରମ୍ଭ ହେବ କ୍ବାଟର ଫାଇନାଲ ମୁକାବିଲା । ଗତକାଲି କ୍ରସ ଓଭରେ ପରାଜିତ ହୋଇ ହକି ବିଶ୍ବକପରୁ ବିଦାୟ ନେଇଛି ଭାରତ। କ୍ରସ ଓଭର ମ୍ୟାଚରେ ନ୍ୟୁଜିଲାଣ୍ଡ ଠାରୁ ହାରିଲା ଟିମ ଇଣ୍ଡିଆ । ପେନାଲ୍ଟି ସୁଟ୍ ଆଉଟରେ ୪-୫ ଗୋଲରେ ବାଜି ମାରିଲା ନ୍ୟୁଜିଲାଣ୍ଡ । ନିର୍ଦ୍ଧାରିତ ସମୟରେ ୩-୩ ଗୋଲରେ ମ୍ୟାଚ ଡ୍ର ରହିବା ପରେ ସୁଟଆଉଟକୁ ଯାଇଥିଲା ମ୍ୟାଚ ।
More Stories
ଗୁଣାତ୍ମକ ଶିକ୍ଷା, ଗବେଷଣା ଓ ଉତମ ସ୍ୱାସ୍ଥ୍ୟ ସେବାର ଉତ୍କର୍ଷ କେନ୍ଦ୍ର, SOA
ପୁଣି କ୍ୟାମ୍ପସରେ ହଇଚଇ, 25ରୁ ଆରମ୍ଭ ଛାତ୍ର ସଂସଦ ନିର୍ବାଚନ
ଏହି ନିବେଶ କରିବାରେ ସର୍ବପ୍ରଥମ ଓଡିଶା